ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। କାମ କରିବାର ନୂଆ ପଦ୍ଧତି ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ। ସନ୍ଧ୍ୟାରେ ବୁଲି ଯିବାର ଯୋଜନା କରିବେ। ‌

ବୃଷ: କାମରେ ଦୂର ସ୍ଥାନକୁ ଯିବେ। ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କର ଦରମା ବଢ଼ାଇବେ। କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ। ‌

ମିଥୁନ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରେ ବାପା ମାଆଙ୍କ ସାହାଯ୍ୟ ପାଇବେ।

କର୍କଟ: କୌଣସି ପ୍ରିୟ ବ୍ୟକ୍ତି ଭେଟିବାକୁ ଆସିବେ। ଆପଣଙ୍କ ମନ କୌଣସି ନୂଆ କାମରେ ଲାଗିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: ଜୀବନସାଥୀର ଭାବନା ବୁଝିବାକୁ ସବୁ ପ୍ରକାର ପ୍ରୟାସ କରିବେ। କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନେବାରୁ ନିବୃତ୍ତ ରହନ୍ତୁ।

କନ୍ୟା: ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିପାରେ। ଦିନଟିକୁ ଖୁବ୍ ଉପଭୋଗ କରିବେ। ଜୀବନସାଥୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବ।

ତୁଳା: ପିଲାମାନେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଆପଣଙ୍କୁ ବଡ଼ ଡିଲ୍ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ରଖନ୍ତୁ।

ବିଛା: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଧନୁ: ଦୀର୍ଘ ଦିନର କାମ ସହକର୍ମୀଙ୍କ ସହଯୋଗରେ ପୂରା ହୋଇଯିବ। ଛାତ୍ରଛାତ୍ରୀ କୌଣସି ଗୁରୁତ୍ବପୂର୍ଣ୍ଣ ପାଠ ନେଇ ସଂଶୟରେ ରହିବେ। ଶିକ୍ଷକଙ୍କ ସହାୟତା ନେବା ଜରୁରୀ।


ମକର: ନୂଆ କାମରେ ଆପଣଙ୍କ ମନ ଲାଗିବ। ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବେ।

କୁମ୍ଭ: ପରିବାର ଆଗରେ ଆପଣଙ୍କୁ ମତ ରଖିବାର ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରିପାରନ୍ତି।

ମୀନ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଘରକୁ କୌଣସି ବନ୍ଧୁ ଆସିବେ। ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଭୌତିକ ସୁଖ ସୁବିଧା ବଜାୟ ରହିବ।

ସମ୍ବନ୍ଧିତ ଖବର