ଉଚ୍ଚନ୍ୟାୟାଳୟ ବିଚାରପତି ଶଶିକାନ୍ତ ମିଶ୍ର ଭଦ୍ରକ କୋର୍ଟ ପରିଦର୍ଶନ ଫଟୋ

ଭଦ୍ରକ: ଓଡିଶାର ଉପକୂଳ ଜିଲ୍ଲା ଭଦ୍ରକ ବିଚାରପତିମାନଙ୍କର ପ୍ରକୃତ ପାଠଶାଳା। ଭଦ୍ରକ ଜିଲ୍ଲାରେ ନିଯୁକ୍ତି ପାଇ ଥିବା ବିଚାରପତିମାନେ ଭଦ୍ରକର ବିଜ୍ଞ ଓକିଲମାନଙ୍କ ପାଖରୁ ଅନେକ ଆଇନ ଶିକ୍ଷା କରିଥାନ୍ତି । ଯାହା ପରବର୍ତ୍ତି ଜୀବନରେ ବିଚାର ପ୍ରକ୍ରିୟାରେ ଏହା ସହାୟକ ହୋଇଥାଏ। ନିଜେ ଓକିଲାତି ପେଷାରେ ୧୩ ବର୍ଷ କାଳ ଆଇନଜୀବୀଭାବରେ ବିତେଇ ଥିବାରୁ ଓକିଲମାନଙ୍କ ସୁବିଧା ଅସୁବିଧା ବିଷୟରେ ସେ ଅବଗତ ଅଛନ୍ତି। ଭଦ୍ରକର କେବଳ ଓକିଲ ନୁହଁନ୍ତି ପୁରୁଖା ମହୋରିରମାନେ ମଧ୍ୟ ଅର୍ଜି ଜବାବରେ ମାହିର।ଭଦ୍ରକରେ ପଡିରହିଥିବା ସମସ୍ତ ପୁରାତନ ମାମଲାକୁ ତୁରନ୍ତ ଫଏସଲା କରା ଯିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେବା ସହ ଓକିଲମାନେ ଏଥିରେ ସହଯୋଗ କରିବା ଉଚିତ ବୋଲି କହିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟ  ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ର। ସେ ଆଜି ଭଦ୍ରକ କୋର୍ଟ ପରିଦର୍ଶନ କରିବା ସହ ଜିଲ୍ଲା ଜଜ୍ କୋର୍ଟ ଓ ଜିଲ୍ଲା ସଦର ମହକୁମାରେ ଥିବା ସମସ୍ତ କୋର୍ଟ ମଧ୍ୟ ତଦାରଖ କରିଥିଲେ।

ଏହି ଅବସରରେ ଭଦ୍ରକ ଓକିଲ ସଂଘ ତରଫରୁ ନଳାଙ୍ଗ ସ୍ଥିତ ଓକିଲ ସଦନରେ ମାନ୍ୟବର ବିଚାରପତିଙ୍କୁ ଏକ ଭବ୍ୟ ସ୍ବାଗତ ସଭାର ଆୟୋଜନ କରାଯାଇଥିଲା।ଭଦ୍ରକ ଓକିଲ ସଂଘର ବରିଷ୍ଠ ଅଧିବକ୍ତା ତଥା ରାଜ୍ୟ ବାର କାଉନସିଲର ପୂର୍ବତନ ସଦସ୍ୟ ପବନ ଶର୍ମାଙ୍କ ସଭାପତିତ୍ବ କରିଥିଲେ।  ଏହି ସ୍ବାଗତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ନିରାକାର ଜେନା, ଦିବ୍ୟସିଂ ନାୟକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଓକିଲ ଓ ମହକିଲ ମାନଙ୍କ ମୌଳିକ ଦାବି ଉପସ୍ଥାପନ କରିଥିଲେ। ମାନ୍ୟବର ବିଚାରପରି କୋର୍ଟ ସ୍ଥାନାନ୍ତର ପରେ  ରାଜପଥ ନିର୍ମାଣକୁ ତ୍ବରାନ୍ବିତ କରିବା, ଟାଉନ ବସ ତୁରନ୍ତ ଚଳାଚଳ, କୋର୍ଟ ପରିସରରେ ଏକ ପୋଷ୍ଟ ଅଫିସ  ଖୋଲିବା ଓ ପ୍ରସ୍ତାବିତ ଓକିଲ ସଦନର ନିର୍ମାଣ କାର୍ଯ୍ୟକୁ ଯଥା ଶିଘ୍ର ଆରମ୍ଭ କରିବା ଦାବିକୁ ଶିଘ୍ର ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ।

ଓକିଲ ସଂଘ ତରଫରୁ ମାନ୍ୟବର ବିଚାରପତିଙ୍କୁ ମାନପତ୍ର ଓ ଉତ୍ତରିୟ ଦେଇ ବରିଷ୍ଠ ଅଧିବକ୍ତା ବସନ୍ତ ଦାସ, ଅରୁଣ ମିଶ୍ର, ଶଶିଭୁଷଣ ପଣ୍ଡା ସମ୍ମାନିତ କରିଥିଲା। ସଂପାଦକ ସୁର୍ଯ୍ୟକାନ୍ତ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକର କାର୍ଯ୍ୟରତ ବିଚାରପତି ସମେତ ଓକିଲ ସଂଘର ସଦସ୍ୟ ବିଜନ ଜେନା, ଧିରେନ୍ଦ୍ର କୁମାର ରାୟ, କିଶୋର ଚନ୍ଦ୍ର ବଳ,ଅକ୍ଷୟ ମଲ୍ଲିକ, ଗଦାଧର ବଳ, ରଶ୍ମିରଂଜନ ଦିକ୍ଷିତ, ତାହେର ମହମ୍ମଦ, ସେକ ଇସ୍ତାର, ସଂଜୟ କୁମାର ମାଝି, ଗୋଲକ ଦାସ,ଗଣେଶ ଦାସ, ସ୍ନିଗ୍ଧା ଗୌରଭ,  ପୂର୍ଣଚନ୍ଦ୍ର ମହାନ୍ତି,ନାରାୟଣ ମହାପାତ୍ର, ନିଶିକାନ୍ତ ନାୟକ, ନିକୁଞ୍ଜ ପୁହାଣ, ନାରାୟଣ ଦାସ, ହିତାଂଶୁ କୁମାର ଗୌରଭ, ଜୟନ୍ତ କୁମାର ଭୋଇ, ରାଧାରାଣି ମହାପାତ୍ର,ସକିଲୁର ରହମନ ପ୍ରମୁଖ ଶତାଧିକ ଆଇନଜୀବୀ ଉପସ୍ତିତ ଥିଲେ।

ସମ୍ବନ୍ଧିତ ଖବର