ଆଜି ପୁରୀରେ ରାଜ୍ୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ: କଂଗ୍ରେସକୁ ଫେରିବ କାର୍ଯ୍ୟକାରୀ ସଭାପତି ପଦବି

ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀରେ ଅନୁଷ୍ଠିତ ହେବ। ଏହି ବୈଠକକୁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଡକାଯାଇଛି। ବୈଠକରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ‌ଦେବେ। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ କେଉଁ ପ୍ରକାର ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ରାଜ୍ୟ କ‌ଂଗ୍ରେସକୁ ପୁଣିଥରେ କାର୍ଯ୍ୟକାରୀ ସଭାପତି ପଦବି ଫେରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ୩ଟି ଜୋନ୍‌ରୁ ୩ଜଣଙ୍କୁ ଏହି ଦାୟିତ୍ବ ଦିଆଯିବ। ଶରତ ପଟ୍ଟନାୟକ ପିସିସି ସଭାପତି ପଦବି ଗ୍ରହଣ କରିବା ସହ ପୂର୍ବରୁ ଥିବା କାର୍ଯ୍ୟକାରୀ ସଭାପତି ପଦବି ଉଚ୍ଛେଦ ହୋଇଥିଲା। ମାତ୍ର ପୁଣିଥରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଦଳ ଭିତରେ ଆଲୋଚନା କରାଯାଉଛି। କଂଗ୍ରେସର କିଛି ନେତା ଏବେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଆଲୋଚନା ହେଉଛି। ତେଣୁ ସେମାନଙ୍କୁ ପଦପଦବି ‌ଦେଇ ଏକପ୍ରକାର ଥଇଥାନ କରିବା ଲାଗି ଏଭଳି ଏକ ପ୍ରୟାସ କରାଯାଉଥିବା କୁହାଯାଉଛି।

କଂଗ୍ରେସର ‌ଜଣେ ନେତାଙ୍କ କହିବା କଥା ଆସନ୍ତା ୨-୩ ଦିନ ଭିତରେ ଏହି ପଦବି ଘୋଷଣା କରାଯିବ। ଯଦି କାର୍ଯ୍ୟକାରୀ ସଭାପତି ପଦବି ଉପରେ ମୋହର ନ ବାଜେ ତାହାଲେ ଏକ ସମନ୍ବୟ କମିଟି ଗଠନ କରାଯିବା ଉପରେ ମଧ୍ୟ ବିଚାର ବିମର୍ଷ ଚାଲିଛି। ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ସାମିଲ କରାଯିବ। ଟିକେଟ୍‌ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ନିଷ୍ପତ୍ତି ନେବା ଉପରେ ସର୍ବସମ୍ମତି ଆଣିବା ଲାଗି ଏହି କମିଟି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର