ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ସୁରକ୍ଷିତ ଅଛି: ଅର୍ଥ ସଚିବ

ଆରବିଆଇ କଟକଣା ସାମୟିକ, ଅନ୍ୟ ବିଭାଗ ଟଙ୍କା ରଖିଥିଲେ ସେଥିପାଇଁ ଦାୟୀ ରହିବେ

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି। ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ମଧ୍ୟ ସୁରକ୍ଷିତ ଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା। ଶ୍ରୀ ମୀନା କହିଛନ୍ତି, ରାଜ୍ୟ ସରକାର କୌଣସି ସରକାରୀ ବିଭାଗକୁ ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଅନୁମତି ଦେଇନଥିଲେ। ଯଦି କୌଣସି ଅନ୍ୟ ସରକାରୀ ବିଭାଗ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିବେ ସେଥିପାଇଁ ସମ୍ପୃକ୍ତ ବିଭାଗ ଦାୟୀ ରହିବେ। ସର୍ବାଧିକ ୫୦ ହଜାର ଟଙ୍କା ଉଠାଣ ନେଇ ଆର୍‌ବିଆଇ ସାମିୟିକ ଭାବେ କଟକଣା ଜାରି କରିଛନ୍ତି। ବ୍ୟାଙ୍କର ସଂକଟକୁ ଦେଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜଣେ ସ୍ବତନ୍ତ୍ର ପ୍ରଶାସକ ନିଯୁକ୍ତ କରାଯାଇଛି ବୋଲି ଅର୍ଥ ସଚିବ କହିଥିଲେ।

ସମ୍ବନ୍ଧିତ ଖବର