ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ନେଇ ରାସ୍ତାରେ ସାମ୍ବାଦିକ

ମାଲକାନଗିରି: ସରକାର ସମସ୍ତଙ୍କୁ ଦେଲେ ,କିନ୍ତୁ ସାମ୍ବାଦିକଙ୍କ କଥା ଭୁଲିଗଲେ ବୋଲି ଆଜି ଏମୟୁଜେର ସଭାପତି ଦେବ ପ୍ରସାଦ ଦାସ ଆୟୋଜିତ ସାମ୍ବାଦିକଙ୍କ ସଭାରେ ଦାବି ଉଠାଇଥିଲେ।ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ଦାବି ନେଇ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଶତାଧିକ ସାମ୍ବାଦିକ ଏକ ବିଶାଳ ଶୋଭାଯାତ୍ରାରେ ରାଜରାସ୍ତାରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସରକାରଙ୍କୁ ଟାର୍ଗେଟ କରି ସବୁକୁ ଦେଲ,ଆମ ବେଳେ ଭୁଲିଗଲ ବୋଲି ସାମ୍ବାଦିକମାନେ ସ୍ଲୋଗାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସଚିନ ପାଵାରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଶତାଧିକ ସାମ୍ବାଦିକ କଳାବ୍ୟାଜ ପରିଧାନ କରି ସରକାରଙ୍କୁ ନିଜର ହକ୍ ଦାବି କରିଥିଲେ। ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ ଓ ସୁରକ୍ଷା ପ୍ରଦାନ କରାଯାଉଥିବା ବେଳେ ଓଡିଶାରେ ଏହା କାହିଁକି ସରକାର ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରାଯାଇଛି। ସଭାପତି ଶ୍ରୀ ଦାସ ସରକାରଙ୍କର ଏଭଳି ମନଭାବକୁ ନିନ୍ଦା କରିଥିଲେ। ସାମ୍ବାଦିକମାନଙ୍କ ପ୍ରତି ସରକାର ଅଣଦେଖା କରିବା ହୁଏତ ଆଗକୁ ମହଙ୍ଗା ପଡିପାରେ ବୋଲି ଆଲୋଚନା ଜୋର ଧରିଥିଲା। ତେବେ ଜିଲ୍ଲାର ଏମୟୁଜେ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଆଜି କଳାବ୍ୟାଜ ପରିଧାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର