ତେନ୍ତୁଳି ଗଛରୁ ପଡ଼ି ଅଣ୍ଟା ଉଠୁନାହିଁ, ୪ ବର୍ଷ ହେଲା ଶର୍ଯ୍ୟାଶାୟୀ ଅସ୍ତୁ

ଝରିଗାଁ: ପେଟ ପାଟଣା ପାଇଁ ଗ୍ରାମରେ କାମ କରି ପରିବାର ପୋଷଣ କରି ଆସୁଥିଲେ। ଆଜିକୁ ୪ ବର୍ଷ ତଳେ ଜଣଙ୍କ ତେନ୍ତୁଳି ଗଛରୁ ତେନ୍ତୁଳି ଝାଡିବା ସମୟରେ ଅସାବଧାନତା ଯୋଗୁଁ ଗଛରୁ ପଡି ଗଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶଯ୍ୟାଶାହୀ ହୋଇ ଅନ୍ୟ ସହାରାରେ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭିକ୍ଷା ଗ୍ରାମର ଅସ୍ତୁ ଭତ୍ରା।

ସୂଚନା ପ୍ରକରେ ଭିକ୍ଷା ଗ୍ରାମର ଅସ୍ତୁ ଭତ୍ରା ନିଜ ସ୍ତ୍ରୀ ପ୍ରମିଳା ସହ ହସଖୁସିରେ ରହୁଥିଲେ। ଗ୍ରାମରେ ଲୋକମାନଙ୍କ କାମ କରି ଯାହା ରୋଜଗାର ହୁଏ ସେଥିରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ଚଳୁଥିଲେ।ଆଜିକୁ ୪ବର୍ଷ ତଳେ ଅସ୍ତୁ ଭିକ୍ଷା ଗ୍ରାମର ଲଛିନ୍ଦର ଗଣ୍ଡାଙ୍କ ତେନ୍ତୁଳି ଝାଡିବା ପାଇଁ ଗଛ ଉପରେ ଚଡି ଥିଲେ। ତେବେ ଅସାବଧାନତା ଯୋଗୁଁ ଅସ୍ତୁ ଗଛ ଉପରୁ ତଳକୁ ପଡି ଯାଇଥିଲେ।ଫଳରେ ଅଣ୍ଟାରେ ଘଭୀର ଆଘାତ ହୋଇଥିଲା। ଘଟଣା ପରେ ପରିବାର ପକ୍ଷରୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେହି ଦିନ ହିଁ ଉମରକୋଟ ମେଡ଼ିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି କୋରାପୁଟ ସ୍ଥାନାନ୍ତର କରିଥିଲେ। କୋରାପୁଟ ଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲ ଯିବା ପାଇଁ ପରାମର୍ଶ ଦେଇଥିଲେ।

ତେବେ ଅସ୍ତୁ ପାଖରେ ଆର୍ଥିକ ଅଭାବ ଯୋଗୁଁ ଧାର ଉଧାର କରି କୋରାପୁଟ ପର୍ଯ୍ୟନ୍ତ ଯିବା ପରେ ଆର୍ଥିକ ଅଭାବ ଯୋଗୁଁ ଘରକୁ ଫେରି ଆସିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆସ୍ତୁ ଶର୍ଯ୍ୟାଶାୟୀ ହୋଇ ଗୋଟିଏ ଗୃହରେ ପଡି ରହିଛନ୍ତି। ପ୍ରବଳ ଅଣ୍ଟା ବ୍ୟଥାରେ ଯନ୍ତ୍ରଣାରେ ଜୀବନ ସହ ସଂଘର୍ଷ କରୁଛନ୍ତି ଅସ୍ତୁ। ଘରର ମୁଖ୍ୟ ଅସ୍ତୁ ଶର୍ଯ୍ୟାଶାୟୀ ଥିବା ବେଳେ ସ୍ତ୍ରୀ ପ୍ରମିଳା ସ୍ୱାମୀଙ୍କ ଯତ୍ନ ନେବାକୁ ଘରେ ରହୁଛନ୍ତି। ସ୍ୱାମୀ ଶେଯରୁ ଉଠି ପାରୁନଥିବା ବେଳେ ଅସ୍ତୁ ଉଠାଇବା ପାଇଁ ତିନି ଚାରି ଜଣଙ୍କ ଆବଶ୍ୟକ ପଡୁଛି। ସ୍ତ୍ରୀ ଅସ୍ତୁଙ୍କୁ ଖୁଆଇବା ଠୁ ଆରମ୍ଭ କରି ସବୁକିଛି ଦିନ ରାତି ସେବା କରୁଛନ୍ତି। ଶର୍ଯ୍ୟାଶାୟୀ ଯନ୍ତ୍ରଣାରୁ ବଳି ଯାଇଛି ଗରିବ ଦୁଃଖ। ସ୍ୱାମୀ ଓ ସ୍ତ୍ରୀ କୌଣସି କାମ ନକରି ଘରେ ରହୁଥିବା ବେଳେ ସେମାନଙ୍କ ଚଳିବା କଷ୍ଟ ହୋଇଯାଇଛି। ଦିନକୁ ଦୁଇ ଓଲି ଖାଇବା ପାଇଁ ଯୋଗାଡ଼ କରିବା କଷ୍ଟ ହୋଇ ପଡିଛି। ସମ୍ପର୍କୀୟମାନେ ଦେଖିବା ପାଇଁ ଆସି ଯାହା ଦିଅନ୍ତି ସେହି ଟଙ୍କାକୁ ଅତି ଯତ୍ନର ସହ ଖର୍ଚ୍ଚ କରି ଦୁଇ ପ୍ରାଣୀ ଚଳୁଛନ୍ତି।

ଅସ୍ତୁଙ୍କୁ ସରକାରୀ ସହାୟତା କହିଲେ ମାସକୁ ୫କେଜି ଚାଉଳ ଛଡା କିଛି ମିଳିନାହିଁ। ଗତବର୍ଷ ସ୍ୱାସ୍ଥ୍ୟ ବୀମା କାର୍ଡ ଅସ୍ତୁଙ୍କୁ ମିଳିଥିବା ବେଳେ ପାଖରେ ଯାତାୟାତ ଖର୍ଚ୍ଚ ନଥିବା ସହ ନେବା ଆଣିବା ପାଇଁ ତିନି ଚାରି ଜଣ ଆବଶ୍ୟକ ପଡୁଥିବା ଯୋଗୁଁ ଉନ୍ନତି ଚିକିତ୍ସା ପାଇଁ ମେଡ଼ିକାଲ ଯିବା ପାଇଁ ସାହସ ହେଉନଥିବା ଅସ୍ତୁ କହିଛନ୍ତି। ତେବେ ଘଟଣା ନେଇ ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଯାଇ ତଦନ୍ତ କରିବା ପରେ ସେ ସରକାରୀ ସହାୟତା ପାଇଁ ଯୋଗ୍ୟ ତେବେ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର