ସାମ୍ବିଧାନିକ କର୍ତ୍ତ୍ୟବ ଓ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ଜୟପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ,କୋରାପୁଟ-ଜୟପୁର ଆନୁକୁଲ୍ୟରେ ସୌରଗୁଡା  ପ୍ରାଥମିକ ବିଦ୍ୟାଳୟରେ ଠାରେ ସାମ୍ବିଧାନିକ କର୍ତ୍ତ୍ୟବ ଓ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ, ବିଚାରପତି ସୁମନ ଜେନା, ପାନେଲ ଓକିଲ ଗୁପ୍ତ ସାବତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କମଳା କୁମାରୀ ଦାଶ, ପାରା ଲିଗାଲ ସ୍ଵେଚ୍ଛାସେବୀ ରାଜଲକ୍ଷ୍ମୀ ପରିଡ଼ା ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ  ଗ୍ରାମବାସୀ ଏଥିରେ ଭାଗ ନେଇଥିଲେ।

ସଚିବ ଶ୍ରୀ ଜେନା ଜିଲ୍ଲା ଆଇନ ସେବା ଦ୍ଵାରା ଯେପରି ମାଗଣା ଆଇନସେବା, ମଧ୍ୟସ୍ତିତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, ପ୍ରାକ-ମକଦ୍ଧମା, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ ଓ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ୧୦ ଟି ନୂଆ ଯୋଜନା ଏବଂ ସରକାରଙ୍କ ବିଭିନ୍ନ  ଜନ ମଙ୍ଗଳକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ  ସାମ୍ବିଧାନିକ କର୍ତ୍ତ୍ୟବ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

ସମ୍ବନ୍ଧିତ ଖବର