ଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ

ମାଲକାନଗିରି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ‌ହୋଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଂଚାୟତ ର ତିନିରାଜପଲ୍ଲୀ ଗ୍ରାମରେ। ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ। ଘଟଣା ସ୍ଥଳରେ ମୋଟୁ ପୋଲିସ ଛନଭିନ୍‌ ଜାରି ରଖିଛି।

ସୂଚନା ଅନୁସାରେ ଗୁଣିଗାରେଣି ସନ୍ଦେହରେ ଗଙ୍ଗା ପଡ଼ିଆମୀଙ୍କୁ ଧନୁତୀର ସହ ପିଟି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଏକ ଘଞ୍ଚ ଜଙ୍ଗଲରେ ଧାନପାଳରେ ଜାଳି ପୋଡ଼ିଦେଇଥିଲେ। ସୂଚନା ପାଇଁ ଘଟଣା ସ୍ଥଳରେମୋଟୁ ପୁଲିସ ସହ ୧୦ ଜଣ ଡିଭିଏଫ ଯବାନ ମୁତୟନ ଅଛନ୍ତି। କୋରାପୁଟର ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ଅଧିକ ସୂଚନା ଜଣାପଡିବ କହିଛନ୍ତି ମୋଟୁ ଥାନା ଅଧିକାରୀ।

ସମ୍ବନ୍ଧିତ ଖବର