୧୦୮କିଲୋ ହ୍ରାସ କରିବା ପରେ ପୁଣି କାହିଁକି ଅନନ୍ତଙ୍କ ବୃଦ୍ଧି ପାଇଛି ଓଜନ? କାରଣ କହିଲେ ମା’ ନୀତା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ତୃତୀୟ ସନ୍ତାନ ଅନନ୍ତ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହ ପୂର୍ବରୁ ଅନନ୍ତ ଓଡ଼ିଶାର ପୁରୀସ୍ଥିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି। ଅନନ୍ତ ଅମ୍ବାନୀ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ। ଗତ ୧୯ ତାରିଖରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି।

ଅନନ୍ତଙ୍କ ନିର୍ବନ୍ଧରେ ଯୋଗ ଦେବା ପାଇଁ ଭାରତ ତଥା ବିଦେଶର ମହାନ ବ୍ୟକ୍ତିମାନେ ଆସି ପହଞ୍ଚିଥିଲେ। ନିର୍ବନ୍ଧ ସମୟର ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅନନ୍ତ ଅମ୍ବାନୀଙ୍କ ଓଜନ ପୁଣି ବଢ଼ି ଯାଇଥିବା ଦେଖିବାକୁ ମିଳୁଛି।

କିଛି ବର୍ଷ ପୂର୍ବେ ସେ ନିଜର ଓଜନକୁ ୧୦୮ କିଲୋ ହ୍ରାସ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ପୁଣିଥରେ ତାଙ୍କ ଓଜନ କିପରି ବୃଦ୍ଧି ହୋଇଗଲା ସେ ନେଇ ଅନେକ ପ୍ରଶ୍ନ କରିଛନ୍ତି।

୨୦୧୭ରେ ଏକ ସାକ୍ଷାତକାର ସମୟରେ ଅନନ୍ତ ଅମ୍ବାନୀଙ୍କ ମା‘ ନୀତା ଅମ୍ବାନୀ କହିଥିଲେ,‘ଅନନ୍ତଙ୍କର ଆଜ୍‌ମା ରୋଗ ଅଛି। ସେଥିପାଇଁ ତାଙ୍କୁ ଅନେକ ଷ୍ଟେରଏଡ ଦିଆଯାଇଥାଏ, ଯେଉଁ କାରଣରୁ ତାଙ୍କର ଓଜନ ବୃଦ୍ଧି ପାଉଛି।’

ରିପୋର୍ଟ ଅନୁଯାୟୀ, ପୂର୍ବରୁ ଅନନ୍ତଙ୍କ ଓଜନ ପ୍ରାୟ ୨୦୮ କିଲୋ ଥିଲା। ଓଜନ ହ୍ରାସ ପରେ ପୁନର୍ବାର ବର୍ଦ୍ଧିତ ଓଜନ ପଛର କାରଣକୁ ନେଇ ଡାକ୍ତରମାନେ କହିଛନ୍ତି, ‘କିଛି ଔଷଧର ଅତ୍ୟଧିକ ବ୍ୟବହାର ହେତୁ ଅନନ୍ତଙ୍କ ଓଜନ ପୁଣି ବୃଦ୍ଧି ପାଇଛି। ଏହା ବ୍ୟତୀତ ଓଜନ ବୃଦ୍ଧି ହେବାର କାରଣ  ଜୀବନଶୈଳୀ ଉପରେ ବି ନିର୍ଭର କରିଥାଏ।’

୨୦୧୬ରେ  ଅନନ୍ତ ଅମ୍ବାନୀ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ତାଙ୍କର ଅବିଶ୍ୱସନୀୟ ଓଜନ ହ୍ରାସ ଯାତ୍ରା ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା। ଅନନ୍ତ ୧୮ମାସରେ ପ୍ରାୟ ୧୦୮ କିଲୋ ଓଜନ ହ୍ରାସ କରିଥିଲେ ।

ନୀତା  ପୁଅଙ୍କ ଓଜନ ହ୍ରାସକୁ ନେଇ କହିଥିଲେ, ‘ଅନନ୍ତ ପ୍ରତିଦିନ ୫ରୁ୬ ଘଣ୍ଟା ବ୍ୟାୟାମ କରୁଥିଲେ। ଯେଉଁଥିରେ ୨୧କିଲୋମିଟର ଚାଲିବା, ଓଜନ ହ୍ରାସ ପ୍ରଶିକ୍ଷଣ ନେବା, ଯୋଗ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା । ଓଜନ ହ୍ରାସ ଯାତ୍ରା ସମୟରେ ଅନନ୍ତଙ୍କ ଖାଦ୍ୟରେ ସବୁଜ ପନିପରିବା, ଡାଲି, ସ୍ପ୍ରାଉଟ ଏବଂ ଦୁଗ୍ଧଜାତ ଦ୍ରବ୍ୟ ରହିଥିଲା ​​। ସେହି ସମୟରେ ଅନନ୍ତ ଜଙ୍କ ଫୁଡ ଖାଇବା ବନ୍ଦ କରି ଦେଇଥିଲେ ।’

ସମ୍ବନ୍ଧିତ ଖବର