ମହୁମାଛି ଆକ୍ରମଣରେ ଜଣେ ଗୁରୁତର 

ବାମରା: ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ତାଲଡିହି ଗ୍ରାମର ବିଜୟ ସାଙ୍ଗା(୫୫) ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ବିଜୟ ଅପରାହ୍‌ଣରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ବାହାରିଥିଲେ। ବାଟରେ ଏକ ଗଛରୁ ହଠାତ୍‌ ଶହଶହ ମହୁମାଛି ବାହାରି ଆକ୍ରମଣ କରିଥିଲେ।

ବିଜୟ ଭିନ୍ନକ୍ଷମ ହେତୁ ଦୌଡ଼ି ପଳାଇ ପାରିନଥିଲେ। ମହୁମାଛି ଆକ୍ରମଣରେ ସେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ବାମରା ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁନ୍ଦରଗଡ଼ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର