ତେଲକୋଇ ବ୍ଲକ୍‌ ପରିସରରେ ମିସନ ଶକ୍ତି କାଫେ ଉଦ୍‌ଘାଟିତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ପରିସରରେ ମିସନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଦୋବଲାପାଳର ଚିନ୍ମୟ ପାର୍ବତୀ ମହିଳା ସଂଘକୁ ଏହାର ପରିଚାଳନା ଦିଆଯାଇଛି। ତେଲକୋଇ ବ୍ଲକ୍‌, ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ପାଇଁ ଏଠାରେ ଜଳଖିଆ, ମଧ୍ୟାହ୍ନଭୋଜନ ଉପଲବ୍ଧ ହେବ ବୋଲି ବିଧାୟକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍‌ ଅଧ୍ୟକ୍ଷ ବିକ୍ରମ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତ, ଜିଲ୍ଲାପରିଷଦ ସଭ୍ୟ କେଦାର ଚନ୍ଦ୍ର ପ୍ରଧାନ, ବିଡିଓ ଶାନ୍ତନୁ କୁମାର ନାୟକ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଏବିଡିଓ ଦୋଳଗୋବିନ୍ଦ ବିଶ୍ୱାଳ, ଓଏଲ୍‌ଏମ୍‌ର  ହିମାଂଶୁ ଶେଖର ନାଏକ, ବ୍ଲକ୍‌ ସଂଯୋଜିକା ସୁଶୀଳା ମିଞ୍ଜ, ମିତ କୁମାର ପ୍ରଧାନ ଓ ମିସନ ଶକ୍ତିର କର୍ମକର୍ତ୍ତାମାନେ ଉପସ୍ତିତ ଥିଲେ। ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜି ଓ ପାନୀୟଜଳ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ଲକ୍‌ର ନୂତନ କାର୍ଯ୍ୟାଳୟ ଓ ସମ୍ମିଳନୀ କକ୍ଷ ପାଇଁ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର