ଢେଙ୍କିକୋଟ ଲ୍ୟାମ୍ପସର ପରିଚାଳନା ପରିଷଦ ୬ ମାସ ପାଇଁ ରଦ୍ଦ

ଘଟଗାଁ/ଢେଙ୍କିକୋଟ : ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଲ୍ୟାମ୍ପସର ପରିଚାଳନା ପରିଷଦକୁ ୬ ମାସ ପାଇଁ ରଦ୍ଦ କରାଯାଇଛି। ଡିଆର୍‌ସିଏସ୍‌ ଶୁଭ୍ରକାନ୍ତି ତୁଙ୍ଗ ଚିଠି ନମ୍ବର ୨୦୨୯/୧୫ ଜୁଲାଇ ୨୦୨୩ରେ ଏହି ନିର୍ଦେଶ ଦେଇଛନ୍ତି। ୨୦୧୪ ଫେବ୍ରୁଆରି ୨୩ରେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ପଦବି ପାଇଁ ବିଜ୍ଞାପନ ବାହାରିଥିଲା। ଚୟନ ପ୍ରକିୟାରେ ପ୍ରଥମ ସ୍ଥାନରେ ଥିବା କେଶବାନନ୍ଦ ବାରିକଙ୍କ ବଦଳରେ ଅକ୍ଷୟ କୁମାର ମହାନ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏନେଇ ଶ୍ରୀ ବାରିକ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଡବ୍ଲ୍ୟୁପି କେସ୍‌ ନମ୍ବର ୧୬୧୮୮/୨୦୧୬ର ବିଚାର କରି ନ୍ୟାୟଳୟ ପକ୍ଷରୁ ଆବେଦନକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଇଥିଲେ।

ସେହିପରି ବାର୍ଷିକ ବଜେଟ ୨୦୨୨-୨୩ ଏବଂ ୨୦୨୩-୨୪ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ହୋଇ ନଥିଲା। ଏସବୁ କାରଣ ପାଇଁ ଲ୍ୟାମ୍ପସର ପରିଚାଳନା ପରିଷଦକୁ ୬ ମାସ ପାଇଁ ରଦ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ଲ୍ୟାମ୍ପସର କାର୍ଯ୍ୟଭାର ତୁଲାଇବା ପାଇଁ ଏଆର୍‌ସିଏସ୍‌ କୈଳାସ ଚନ୍ଦ୍ର ନାୟକଙ୍କୁ ଦାୟିତ୍ଵ ଦିଆଯାଇଛି।

ସମ୍ବନ୍ଧିତ ଖବର