ଚିଲିକା ଯିବେ ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ: ନୌସେନାର ସମରାଭ୍ୟାସକୁ ଦେଖିବେ

ଭୁବନେଶ୍ବର: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି। ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ। ଏହାପରେ ସନ୍ଧ୍ୟାରେ ସେମାନେ ଭୁବନେଶ୍ବରକୁ ଫେରିବେ ବୋଲି ଜଣାଯାଇଛି।

ବିଧାନସଭାରୁ ସ୍ୱତନ୍ତ୍ର ବସ ଦ୍ୱାରା ଚିଲିକା ଯିବେ ବିଧାୟକ। ସୂଚନାଯୋଗ୍ୟ, ୨୦୨୦ ମସିହାରେ ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ପାରାଦୀପ ବନ୍ଦରକୁ ବୁଲିବାକୁ ଯାଇଥିଲେ। ସେମାନେ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମରାଭ୍ୟାସକୁ ଦେଖିଥିଲେ।

ସମ୍ବନ୍ଧିତ ଖବର