ଘୁଞ୍ଚିଲା ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା

ଭୁବନେଶ୍ବର : ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି) ଦ୍ବାରା ପରିଚାଳିତ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା(ଏନ୍‌ଏମ୍‌ଏମ୍‌ଏସ୍‌)କୁ ଘୁଞ୍ଚାଇ ଦିଆଯାଇଛି। ଜାନୁଆରି ୩୦ରେ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ଯେଉଁମାନେ ଆବେଦନ କରିନାହାନ୍ତି, ସେମାନଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଆସନ୍ତ‌ା ୧୮ତାରିଖଠାରୁ www.ntse.scertodisha.nic.in ୱେବସାଇଟ୍‌ରେ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଫର୍ମ ଉପଲବ୍ଧ ହେବ। ଆଶାୟୀ ପ୍ରାର୍ଥୀ ୨୨ତାରିଖ ସୁଦ୍ଧା ଫର୍ମ ପୂରଣ କରିବା ସହ ଏହାର ହାର୍ଡ କପି ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବେ। ଯେଉଁମାନେ ଆଗରୁ ଆବେଦନ କରିସାରିଛନ୍ତି, ସେମାନଙ୍କ ଲାଗି ଆଉ ଆବଦନର ଆବଶ୍ୟକତା ନାହିଁ। ଶିକ୍ଷାନୁଷ୍ଠାନସ୍ତରରେ ଯାଞ୍ଚର ଶେଷ ତାରିଖ ଜାନୁଆରି ୨୫ ରହିଛି। ଜିଲ୍ଲାସ୍ତରରେ ଯାଞ୍ଚର ଶେଷ ତାରିଖ ଜାନୁଆରି ୩୦ ରହିଛି। ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୬ ମଧ୍ୟରେ ପ୍ରାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନେ ଏଦିଗରେ ପଦ‌କ୍ଷେପ ନେବାକୁ ଏସ୍‌ସିଇଆରଟି ନିର୍ଦେଶକ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର