କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଆରଟିଆଇରେ ମିଳିଲା ସାଂଘାତିକ ସୂଚନା, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇନି ଆବେଦନ ଓ ପ୍ରସ୍ତାବ

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ  ସ୍ଥାପନ ପାଇଁ ରାଜ୍ୟ ସରକାର କିମ୍ବା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଛି ଆବେଦନ କିମ୍ବା ଚିଠି ଦେଣ ନେଣ କେନ୍ଦ୍ରସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହ  ହୋଇନି ଏଭଳି ସାଂଘାତିକ ସୂଚନା ଆରଟିଆଇରେ ମିଳିଛି। ମାନବାଧିକାର ଓ ଆରଟିଆଇ କର୍ମୀ ଅନୁପ ପାତ୍ର ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିବା ପରେ ଜଣା ପଡ଼ିଛି।

ସୂଚନା ଅଧିକାରରେ ମାଗିଥିବା ତଥ୍ୟରେ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଉ‌ଲ୍ଲେଖ ରହିଛି।  ତେବେ ରାଜ୍ୟସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ ଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଆବେଦନ କିମ୍ବା ଚିଠି କେନ୍ଦ୍ର ସରକାରଙ୍କୁ ଯାଇ ନାହିଁ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସହାୟକ ଆୟୁକ୍ତ ଏବଂ କେନ୍ଦ୍ରୀୟ ଜନସୂଚନା ଅଧିକାରୀ ପୁଷ୍ପେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏପରିକି ଏ ନେଇ ବି କିଛି ଚିଠି ଦେଣ ନେଣ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କରି ନଥିବା ଜଣା ପଡ଼ିଛି। ନୂଆ‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନିରନ୍ତର ଓଏବଂ ବିଭିନ୍ନ ପ୍ରକ୍ରିୟାରେ ଯାଂଚ ଆଦି କରାଯିବା ପରେ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜଗନ୍ନାଥସାଗରର ପାର୍ଶ୍ବରେ ୮ଏକର ଜମି  ଚିହ୍ନଟ କରି ଜିଲ୍ଲାପ୍ରଶାସନ କେନ୍ଦ୍ରୀୟ ବିଦ୍ୟା‌ଳୟ ପାଇଁ ଇୟରମାର୍କ (ସ୍ବତନ୍ତ୍ର ଚିହ୍ନଟ) କରି ସ୍ଥାନ ସଂରକ୍ଷିତ କରି  ରଖିଛି।  ପୁରୁଣା ଅନ୍ବେଷା ଛାତ୍ରବାସକୁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ପୁନଃ ରୁଦ୍ଧାର ତଥା ପୁନଃନିର୍ମାଣ କରାଯାଇଛି। ବିଦ୍ୟାଳୟ ସ୍ଥାପନ ପାଇଁ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର  ଗୋଟିଏ ପ୍ରତିନିଧି ଦଳ ଜୟପୁର ଆସି ଚିହ୍ନଟ ଜମିକୁ ବୁଲି ଦେଖିବା ସହ ଅସ୍ଥାୟୀ ବିଦ୍ୟାଳୟ କ୍ୟାମ୍ପସ୍ ବି ଦେଖିଥିଲେ।  ଯାହା ସବୁ ଛୋଟବଡ଼ ତ୍ରୁଟି ସେମାନେ ଚିହ୍ନଟ କରିଥିଲେ ସେ ସବୁକୁ ବି ଜିଲ୍ଲାପ୍ରଶାସନ ସଜାଡ଼ି ସାରିଛି।

ଏହି ସୂଚନା ମିଳିବା ପରେ ଯଦି ରାଜ୍ୟ ସରକାର ଏହି ପ୍ରସ୍ତାବ ଦେଇ ନଥିଲେ ତେବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କିଭଳି ତାଙ୍କ ପ୍ରତିନିଧି ଦଳକୁ ପଠାଇ ସରକାର ପ୍ରଶାସନ ଦ୍ବାରା ଚିହ୍ନଟ କରିଥିବା ଜମି ଯାଂଚ କରିଥିଲେ। ଅସ୍ଥାୟୀ କ୍ୟାମ୍ପସର ତଦାରଖ କରିଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବାରମ୍ବାର ଏହି ଦାବିକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାଂସଦ  ଇଂ.ସପ୍ତଗିରୀ ଶଙ୍କର ଉଲ୍ଲାକା ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସାଂସଦ ଇଂ.ଉଲ୍ଲାକା ମଧ୍ୟ ସଂସଦରେ ଏହି ଦାବିକୁ ବାରମ୍ବାର ଉଠାଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି କେବେ ବି  ଏ ନେଇ ସୂଚନା ଦେଇ ନଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ମିଳିଥିବା ଆରଟିଆଇ ତଥ୍ୟକୁ ନେଇ ଜୟପୁର ଏହା ନ ଖୋଲିବା ପାଇଁ ଚକ୍ରାନ୍ତ ଚାଳିଛି କି ବୋଲି  ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ତୁରନ୍ତ ଲୋକ ପ୍ରତିନିଧି, ବିଧାୟକ, ସାଂସଦ ଓ ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର