୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାର ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାର ଥିଲା। ମାତ୍ର ଏହା ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ଶେଷ ହୋଇଛି।

ଏହି ୧୩ ଦିନିଆ ଅଧିବେଶନରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ସହ ମୋଟ ୪ଟି ବିଲ୍ ପାରିତ ହୋଇଛି । ଅଧିବେଶନ ସାରିବାକୁ ସରକାରୀ ଦଳର ସଭ୍ୟଙ୍କ ଅନୁରୋଧ କ୍ରମେ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ସେ ଅଧିବେଶନ ଶେଷ ପାଇଁ ମୋସନ ଆଣିଥିଲେ । ତେବେ ମୋସନକୁ ବିରୋଧ କରି ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ ।

ସମ୍ବନ୍ଧିତ ଖବର