ରୋଜ୍‌ଭ୍ୟାଲି ଏମ୍‌ଡିଙ୍କୁ ଜାମିନ: ୩ କୋଟି ଟଙ୍କା ଓ ପାସ୍‌ପୋର୍ଟ ଜମା ଦେବେ

କଟକ : ରୋଜ୍‌ଭ୍ୟାଲି ପରିଚାଳନା ନିର୍ଦ୍ଦେଶକ ଶିବମୟ ଦତ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଦତ୍ତଙ୍କୁ ୩ କୋଟି ଟଙ୍କାର ନଗଦ ଜମା ସହିତ ୫୦ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ ପାଇଁ ନିମ୍ନ ଅଦାଲତଙ୍କୁ ନର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜାମିନରେ ଛାଡ଼ ପାଇବା ପାଇଁ ସେ ନିମ୍ନ ଅଦାଲତରେ ନିଜ ପାସପୋର୍ଟ ଜମା କରିବେ ଓ ଶୁଣାଣି ସମୟରେ ହାଜର ହୋଇ ବିଚାର ପ୍ରକି୍ରୟାରେ ସହଯୋଗ କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ରୋଜ୍‌ଭ୍ୟାଲି ଠକେଇ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପକ୍ଷରୁ ରୁଜୁ ମାମଲାରେ ତାଙ୍କୁ ଏହି ଜାମିନ ମଞ୍ଜୁର ହୋଇଛି। ତେବେ ଶ୍ରୀ ଦତ୍ତଙ୍କ ବିରୋଧରେ ଅନ୍ୟ କେତେକ ମାମଲା ବିଚାରାଧୀନ ଥିବାରୁ ଓ ସେଥିରେ ଜାମିନ ମିିଳି ନଥିବାରୁ ସେ ଜେଲରୁ ବାହାରି ପାରିବେ ନାହିଁ। ଶ୍ରୀ ଦତ୍ତଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର