ଏସ୍‌ବିଆଇର ‘ୟୋନୋ’ ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ପ୍ଲାଟଫର୍ମ ‘ୟୋନୋ’ର ଉନ୍ମୋଚନ ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କରିବା ପରେ ଭୁବନେଶ୍ୱରରେ ଏହାର ମଧ୍ୟ ଉନ୍ମୋଚନ କରାଯାଇଛି। କିଟ୍‌ ଅଡିଟୋରିୟମ୍‌ରେ ଏହି ପରୀପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ(ଭୁବନେଶ୍ୱର ମଣ୍ଡଳ) ବିଭିଜି ରେଡ୍ଡୀ ଯୋଗଦେଇ କହିଲେ ୟୋନୋ ହେଉଛି ପ୍ରଥମ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଉତ୍ପାଦ ଯାହାକୁ ବିଶ୍ୱର ସଦ୍ୟତମ ଡିଜିଟାଲ ପ୍ରଯୁକ୍ତି ଯଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପ୍ରେଡିକ୍ଟିଭ ଆନାଲିଟିକ୍ସ ଏବଂ ମେସିନ୍‌ ଲର୍ଣ୍ଣିଂକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏହି ଉତ୍ସବରେ ବ୍ୟାଙ୍କର ଉପ ମହାପ୍ରବନ୍ଧକ (ଡିଜିଟାଲ ବ୍ୟାଙ୍କିଙ୍ଗ୍‌) ଗୌତମ ରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ସହାୟକ ମହାପ୍ରବନ୍ଧକ ପ୍ରଦୀପ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର