ଗାଁ ଭିତରେ ମଦ ବେପାରକୁ ବିରୋଧ: ଜିଲ୍ଲାପାଳ ଅଫିସ୍‌ ଆଗରେ ଧାରଣା ଦେଲେ ମହିଳା

ସାତ ଦିନରେ ବନ୍ଦ କରା ନ ଗଲେ ଅନଶନ ଚେତାବନୀ

କେନ୍ଦ୍ରାପଡ଼ା: ଗାଁରେ ଚାଲିଥିବା ବେଆଇନ ମଦ ଦୋକାନ ବିରୋଧରେ ତାତିଛନ୍ତି ମହିଳା। ଏହାର ପ୍ରତିବାଦରେ ଆଜି ଗରଦପୁର ବ୍ଲକ୍‌ କୁଦାନଗରୀ ଥାନା ଅନ୍ତର୍ଗତ ବେରୁହା ଗ୍ରାମର ବହୁ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି। ଆସନ୍ତା ସାତ ଦିନ ମଧୢରେ ଗାଁରେ ଚାଲିଥିବା ଏହି ମଦ ଦୋକାନକୁ ବନ୍ଦ ସହିତ ସ˚ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଅନଶନରେ ବସିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।

ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଗାଁର ଜଣେ ବ୍ୟକ୍ତି ଦେଶୀ ଓ ବିଦେଶୀ ମଦ ବେପାର କରୁଛନ୍ତି। ଗାଁ ଭିତରେ ନିଜ ଘରେ ଏହି ବେପାର ଚଳାଉଥିବାରୁ ମଦ୍ୟପଙ୍କ ଭିଡ଼ ଜମୁଛି। ଏହାଦ୍ବାରା ନାନା ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଝିଅ ବୋହୂମାନେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ କାରଣରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି। କୁଦାନଗର ଥାନାକୁ ଏ ସ˚କ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧୢ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବର˚  ସ˚ପୃକ୍ତ ଚୋରା ମଦ ବେପାରୀ ଜଣକ ସାଧାରଣ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହିତ ପତ୍ନୀଙ୍କ ଜରିଆରେ ମିଛ ଦୁଷ୍କର୍ମ ମାମଲାରେ ଛନ୍ଦି ଦେବାକୁ ଧମକ ଦେଉଛି।

ସ୍ଥାନୀୟ କୁଦାନଗରୀ ପୁଲିସକୁ ଜଣାଇବା ପରେ ବି କିଛି ଫଳ ନ ମିଳିବାରୁ ବାଧୢ ହୋଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାକୁ ବାଧୢ ହେଲୁ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଉକ୍ତ ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବେପାର ବନ୍ଦ କରିବାକୁ ବସନ୍ତ ମଞ୍ଜରୀ ରାଉତ, ମିନତି ତରାଇ, ସୁନାମଣି ବେହେରା, ଚୁନି ମାହାଳି, ରୀନାବାଳା ମାହାଳି, ପଦ୍ମାବତୀ ମାହାଳି, ମମତା ମାହାଳି, ନିର୍ମଳା ମାହାଳି, ବୀଣାପାଣି ମାହାଳି, କନକପ୍ରଭା ମାହାଳି, ରଶ୍ମିତା ମଳିକ, ରେଣୁକା ମାହାଳି, ରଶ୍ମିତା ମାହାଳିଙ୍କ ସମେତ ବହୁ ମହିଳା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର