ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

ବାଲେଶ୍ୱର: ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍ ପକ୍ଷରୁ ନୂଆପଡ଼ାଠାରେ ୧୯ ବର୍ଷରୁ କମ୍ ଅଲ୍ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ଖେଳାଳିଙ୍କୁ ୩ଟି ପଦକ ମିଳିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର୍ ଷ୍ଟାଡିୟମ୍‌ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ପୁରୁଷ ବିଭାଗ ଡବଲ୍ସ ଏବଂ ମିକ୍ସଡ୍ ଡବଲ୍ସରେ ଚାମ୍ପିଅନ୍‌ ହୋଇଥିଲା।

ସେହିପରି ପୁରୁଷ ବିଭାଗ ସିଙ୍ଗଲ୍‌ରେ ରନର-ଅପ୍ ହୋଇଥିଲା। ପୁରୁଷ ବିଭାଗ ଡବଲ୍ସର ଫାଇନାଲ୍‌ରେ ବାଲେଶ୍ୱରର‌ ଖେଳାଳି ଅମୟ ନାୟକ ଓ ସମ୍ବଲପୁରର ତୋସିଫ ଖାନ୍ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା, ବରଗଡ଼ର କ୍ରିଷ୍ଣା ସୌଦିଆ ଯୋଡ଼ିକୁ ପରାସ୍ତ କରିଥିଲେ। ସେହିପରି ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ବାଲେଶ୍ୱରର ଆର୍ଯ୍ୟ ମାଝୀ ଓ ଭୁବନେଶ୍ୱରର ହର୍ଷିତା ରାଉତ ଯୋଡ଼ି କଳାହାଣ୍ଡିର ଅର୍ପିତା ପଣ୍ଡା ଓ ସମ୍ବଲପୁରର ଅଶ୍ବିନୀ ମିଶ୍ର ଯୋଡ଼ିକୁ ପରାସ୍ତ କରିଥିଲେ। ତେବେ ପୁରୁଷ ବିଭାଗ ସିଙ୍ଗଲ୍‌ ଫାଇନାଲ୍ ମ୍ୟାଚ୍‌ରେ ଆର୍ଯ୍ୟ ମାଝୀ ରନର-ଅପ୍ ହୋଇଥିଲେ। ବାଲେଶ୍ୱର ଖେଳାଳିଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି।

ସମ୍ବନ୍ଧିତ ଖବର