ବାପାଙ୍କ ପରେ ଆଖି ବୁଜିଲେ ପୁଅ: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି | ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି | ସେ କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ | ପ୍ରଶାନ୍ତଙ୍କ ଭାଇ ତଥା ରଘୁନାଥ ମହାପାତ୍ରଙ୍କ ସାନ ପୁଅ ଯଶୋବନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ଥିବାର ସୂଚନା ମିଳିଛି |

ପ୍ରଶାନ୍ତ ମହାପାତ୍ର ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ | ନବେ ଦଶକର ରଣଜୀ ଦଳର ସେ ଦକ୍ଷ ଓପନର ଥିବାବେଳେ ଗତ ୯ ତାରିଖରେ ତାଙ୍କ ବାପା ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା |

ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ନେଇ ଏମ୍ସ ସୁପରିଟେନଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କୋଭିଡ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ | ଚିକିତ୍ସା ପରେ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା | ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ପରେ ବି ସେ ଆଖି ବୁଜିଦେଇଛନ୍ତି |

 

 

ସମ୍ବନ୍ଧିତ ଖବର