ଲୋକସେବା ଭବନ କର୍ମଚାରୀଙ୍କୁ ଆର୍‌ଏଫ୍‌ଆଇଡି ପରିଚୟ ପତ୍ର

ଭୁବନେଶ୍ୱର : ଲୋକସେବା ଭବନର ଅଧିକାରୀ ଓ କର୍ମଚାରୀଙ୍କୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫ୍‌ଆଇଡି) ଟେକ୍ନୋଲୋଜିଯୁକ୍ତ ପରିଚୟ ପତ୍ର ପ୍ରଦାନ କରାଯିବ। ଏହି କାର୍ଡ ମାଧ୍ୟମରେ କର୍ମଚାରୀମାନଙ୍କ ଉପସ୍ଥାନ ଉପରେ ନଜର ରଖାଯିବା ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସୁରକ୍ଷା ମଧ୍ୟ ନିଶ୍ଚିତ କରାଯାଇପାରିବ। ଖାରବେଳ ଭବନ ଓ ରାଜୀବ ଭବନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏହି ଉନ୍ନତ ଜ୍ଞାପକୌଶଳର ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ପରିଚୟ ପତ୍ର ପାଇଁ ସମସ୍ତ ବିବରଣୀ ଦାଖଲ କରିବାକୁ କର୍ମଚାରୀମାନଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗର ନିୟମିତ କର୍ମଚାରୀଙ୍କ ସମେତ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଓଏସ୍‌ଡିମାନଙ୍କୁ ମଧ୍ୟ ଏହି କାର୍ଡ ଦିଆଯିବ। ତେବେ ସର୍ଭିସ୍ ପ୍ରୋଭାଇଡର୍‌ଙ୍କ ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ।

ସମ୍ବନ୍ଧିତ ଖବର