କୁବେର ଆଇଆଇସିଙ୍କ ଟଙ୍କା ଗଣି ଭିଜିଲାନସ୍ ହାଲିଆ

ବିଚାରବିଭାଗୀୟ ସ୍ବତନ୍ତ୍ର କାରାଗାରକୁ ଗଲେ ବୈପାରିଗୁଡା ଥାନା ଅଧିକାରୀ

ଜୟପୁର: ଖାକି ପୋଷାକରେ ପୁଣି କଳଙ୍କ। କୁବେର ଥାନା ଅଧିକାରୀଙ୍କ ନିକଟରେ ଥିବା ଟଙ୍କା ଗଣି ଗଣି ଭିଜିଲାନସ୍ ବିଭାଗର ଅଧିକାରୀମାନେ ହାଲିଆ ହୋଇ ପଡିଛନ୍ତି। ଏପର୍ଯ୍ୟନ୍ତ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଜବତ କରିଛି ଭିଜିଲାନସ୍। କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାଅଧିକାରୀ ସୁଶାନ୍ତ ଶତପଥୀଙ୍କ ନିକଟରୁ ମିଳିଛି ଏହି ଟଙ୍କା। ଏହା ସହ ତାଙ୍କ ନିକଟରେ ଗୋଟିଏ କ୍ରେଟା, ବୁଲେଟ ଓ ସ୍କୁଟି ବି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଆଜି ସଂଧ୍ୟାରେ ସ୍ବତନ୍ତ୍ର ଭିଜିଲାନସ ଜଜ୍ କୋର୍ଟକୁ ଚାଳାଣ କରିଛନ୍ତି ଜୟପୁର ଭିଜିଲାନସ୍ ଏସପି । ସେ ଆସନ୍ତା ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ତାଙ୍କ ଓକିଲ  ଏମ୍ ବାଲାଜୀ ରାଓ, ପି. ରମେଶ ପାତ୍ର ତାଙ୍କ ଜାମିନ ଆବେଦନ ଦାଖଲ କରିଥିବା ବେଳେ ତାହାର ଶୁଣାଣୀ ଆସନ୍ତା ଡିସେମ୍ବର ୧୧ତାରିଖ ଦିନ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି, କେସଡାୟରୀ କଲ ଫୋର ପାଇଁ  ସ୍ବତନ୍ତ୍ର ଭିଜିଲାନସ୍ ଜଜ୍  ରଖିଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ।

ଅଭିଯୁ୍କ୍ତ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ ଟଙ୍କା ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଜୟପୁର ଭିଜିଲାନସ୍  ପକ୍ଷରୁ ୨ଟି ଟିମ୍ ତାଙ୍କୁ ଧରିବାକୁ ଛପି ରହିଥିଲା।  ଟାଙ୍କୁଆ ନିକଟରେ ବସକୁ ଗୋଟିଏ ଦଳ  ଓ ବସଷ୍ଟାଣ୍ଡରେ ଆଉ ଗୋଟିଏ ଦଳ ରହିଥିଲେ। ଟାଙ୍କୁଆରେ ବସ ରଖି ‌ବସରେ ଛଡ଼ି ଅଭିଯୁକ୍ତଙ୍କୁ ଧରିଥିଲେ ଭିଜିଲାନସ୍ ଟିମ୍। ଅଭିଯୁକ୍ତ ଗୋଟିଏ ବ୍ୟାଗ ଓ ଗୋଟିଏ ଆଟାଚି ଧରି କଟକ ଯାଉଥିଲେ। ତାଙ୍କ ବ୍ୟାଗ୍ ଯାଂଚ କରିବାବେଳେ ପ୍ରଥମରେ କିଛି ନାହିଁ ବୋଲି କହୁଥିଲେ। ତେବେ ଭିଜିଲାନସ୍ ଏସପିଙ୍କ କାର୍ଯ୍ୟାଳୟରେ ବ୍ୟାଗ ଯାଂଚ କରିବାରେ ସେଥିରେ  ନଗତ ୨ ଲକ୍ଷ ୭୦ ହଜାର ଟଙ୍କା ଭିଜିଲାନସକୁ ମିଳିଥିଲା। ତା ପରେ ତାଙ୍କୁ ନେଇ ତାଙ୍କ କାର୍ଯ୍ୟାଳୟର ଚାମ୍ବର ମଧ୍ୟରୁ ୧ଲକ୍ଷ ୮୦ହଜାର ଟଙ୍କା ଏବଂ ସେ ରହୁଥିବା ବୈପାରୀଗୁଡା ଥାନା ପରିସରର ବାସଭବନରୁ ୩ଲକ୍ଷ ଟଙ୍କା ଏଭଳି ସାଢ଼େ ୭ଲକ୍ଷ ଟଙ୍କା ମିଳିଥିବା କହିଛନ୍ତି ଭିଜିଲାନସ୍ ଏସପି। ଏହା ପରେ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାଟରର ୨୯ଲକ୍ଷ ୭୭ହଜାର ଟଙ୍କା ମିଳିଥିଲା। ଏତେ ଟଙ୍କା ଭିଜିଲାନସ୍ ବିଭାଗର ଅଧିକାରୀ ମାନେ ଗଣିଗଣି ହାଲିଆ ହୋଇ ଯାଇଥଲେ। ସର୍ବମ‌ୋଟ ୩୭ଲକ୍ଷ ୨୭ହଜାର ୭୦୦ଟଙ୍କା ଅଭିଯୁକ୍ତ ଥାନା ଅଧିକାରୀଙ୍କ ଠାରୁ ମିଳିଛି। ତଦନ୍ତ ବେଳେ ଭିଜିଲାନସ୍ କୁ ଅଭିଯୁକ୍ତ ସହଯୋଗ କରି ନଥିଲେ।

ତେବେ ତାଙ୍କ ସଂପର୍କରେ ଭିଜିଲାନସ୍ ଖୋଳତାଡ କରି ଯାଂଚ କରିବାରେ ଏହି ଟଙ୍କା ମିଳିଥିବା ବେଳେ ଅଧିକା ତଦନ୍ତ ଜାରୀ ରହିଥିବା କହିଛନ୍ତି ଭିଜିଲାନସ୍ ଏସପି। ଗତ ୩ମାସ ତଳେ ସେ ବୈପାରୀଗୁଡା ଥାନା ଅଧିକାରୀ ଭ‌ାବେ ଯୋଗ ଦେଇ ସ୍ବଳ୍ପ ସମୟରେ ସେ ଏତେ ପରିମାଣର ବିପୁଳ ଟଙ୍କା କେଉଁଠାରୁ ପାଇଲେ ତାହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି। ଏତେ ଟଙ୍କାର ମୂଳ ଚେର କେଉଁଟି ରହିଛି ତାହାକୁ ନେଇ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତାଙ୍କ ନାଁରେ ଜୟପୁର ଭିଜିଲାନସ୍ କେସ ନଂ ୩୮/୨୭.୧୧.୨୦୨୩, ଦଫା ୧୩(୨)ଆର/ଡବ୍ଲୁ ୧୩(୧)(ବି) ପ୍ରିଭେନସନ୍ ଅଫ କରଫସନ୍ (ଆମେଣ୍ଡମ୍ୟାଣ୍ଟ)ଆକ୍ଟ ୨୦୧୮ରେ ଗରିଫ କରିଥିବା କହିଛନ୍ତି ଭିଜିଲାନସ୍ ଏସପି।                  ୧୯୯୯ମସିହାରେ ଜଣେ କନେଷ୍ଟବଲ ଭାବେ ଭୁବନେଶ୍ବରରେ ‌ସେ ରାଜ୍ୟ ପୁଲିସ ବିଭାଗରେ ଯୋଗ ଦେଇଥିଲେ। ୨୦୦୮ମସିହାରେ ସେ ସିଧାସଳଖ ଭାବେ ସବଇନିସପେକ୍ଟର ହୋଇଥିଲେ। ୨୦୦୯ମସିହାରୁ ୨୦୨୩ଜୁଲାଇ ପର୍ଯ୍ୟନ୍ତ ସେ କେଉଁଝର ଜିଲ୍ଲାର ନରସିଂହପୁର, ତିଗରିଆ, କଟକ ଜିଲ୍ଲାର ଆଟଗଡ ଓ ମଙ୍ଗଳାବାଗ, ଜଗତସିଂପୁର ଜିଲ୍ଲାର ନୂଆଗାଁ, ରାୟଗଡା ଜିଲ୍ଲାର ରାମଣାଗୁଡା ପାଣ୍ଡିରେ କାମକରିଥିଲେ। ଜୁଲାଇ ୨୦୨୩ରେ ସେ ଇନିସପେକ୍ଟର ଭାବେ ପଦନ୍ନୋତି ପାଇବା ପରେ ଅଗଷ୍ଠରେ କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଯୋଗ ଦେଇ ଡିସିଆରବି ଓ ସାଇବର ସେଲ ଅଧିକାରୀଭାବେ କାମକରୁଥିଲେ।ଗତ ଅଗଷ୍ଠ ମାସରେ ବୈପାରୀଗୁଡା ଥାନାକୁ ତାଙ୍କୁ ଥାନା ଅଧିକାରୀ ଭାବେ ବଦଳି ହୋଇଥିଲା।

ପ୍ରକାଶଯୋଗ୍ୟ, ବୈପାରୀଗୁଡା ଥାନା ଅଂଚଳ ଏବଂ ଏହି ଥାନା ଦେଇ ଆସିଥିବା ରାସ୍ତାରେ ପ୍ରତ୍ୟେକ ଦିନ ଗଂଜେଇ ଚାଳାଣ ‌ହେବା ନଜିର ରହିଛି। ଏବଂ ପୂର୍ବରୁ ବି ବୈପାରଗୁଡା ପୁଲିସ ବହୁ ଗଂଜେଇ ଚାଳାଣକାରୀଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛନ୍ତି। ସେ ବୈପାରୀଗୁଡା ଥାନାରେ ଯୋଗ ଦେବା ପରେ ସେଭଳି ଧରା ପଡ଼ିନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ୩ମାସ ମଧ୍ୟରେ ଏତେ ଟଙ୍କା ତାଙ୍କ ନିକଟକୁ କେଉଁଠାରୁ ଆସିଲା, କିଏ ଦେଲା, କେଉଁ ଉଦେଶ୍ୟରେ ଏତେ ଟଙ୍କା ଦେଇଥିଲା ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର