ଆର୍ କେ ଶର୍ମା ହେଲେ ଗୋପବନ୍ଧୁ ଏକାଡେମି ମହାନିର୍ଦ୍ଦେଶକ

ଭୁବନେଶ୍ବର : ୧୯୮୭ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ଆର୍ କେ ଶର୍ମାଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ଶର୍ମା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଲମ୍ବା ଛୁଟିରେ ଯାଇଥିଲେ। ଏବେ ଛୁଟିରେ ଫେରିଲା ପରେ ସରକାର ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର