ସମରେନ୍ଦ୍ର ମିଶ୍ରଙ୍କ ସଂପତ୍ତି ୨ କୋଟିରୁ ଅଧିକ

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର କଂଗ୍ରେସର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ। ସମରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ନାଁରେ ୨କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସମରେନ୍ଦ୍ରଙ୍କ ନାଁରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧କୋଟି ୫୯ଲକ୍ଷ ୮୫ହଜାର ୨୭୭ ଟଙ୍କା ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୫୧ଲକ୍ଷ ୧୦ହଜାର ୪୨୬ ଟଙ୍କା ବୋଲି ସେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି। ସେହିପରି ସମରେନ୍ଦ୍ରଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧ଲକ୍ଷ ୫୪ହଜାର ଟଙ୍କା ବୋଲି ଜଣାପଡିଛି। ତେବେ ସମରେନ୍ଦ୍ର ଓଭୋ ଫାର୍ମ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ପରାମର୍ଶଦାତା ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବାର୍ଷିକ ଆୟ ୨୦୧୭-୧୮ ଆର୍ଥିକ ବର୍ଷରେ ୧୭ଲକ୍ଷ ୨୭ହଜାର ୭୬୫ ଟଙ୍କା।

ସମ୍ବନ୍ଧିତ ଖବର