ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟରର ଅପୂର୍ବ ସଫଳତା

ଜୟପୁର: ଜୟପୁରର ମୁଖ୍ୟ ରାସ୍ତା ଜଗତ ଜନନୀ ମନ୍ଦିର ନିକଟରେ ଥିବା ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟର ସବୁବେଳେ ନିଜ ଅନୁଷ୍ଠାନର ସଫଳତାକୁ ନେଇ ଚର୍ଚ୍ଚାରେ ଥାଏ। ଏଥର ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ଦ୍ବାରା ଆୟୋଜିତ ନିୟୋଜନ ଲିଖିତ ପରୀକ୍ଷାରେ କାଉନସେଲିଂ ସେଣ୍ଟରର ୬୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ହାଇସ୍କୁଲ ଶିକ୍ଷକ ଭାବେ ନିଯୁକ୍ତ ପାଇବା ଏକ ବଡ଼ ଉପଲବ୍ଧି। ଖବର ପ୍ରସାରିତ ହେବା ପରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସହରବାସୀ ମଧ୍ୟ ଅନୁଷ୍ଠାନର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ କି ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟର ଏକ ନିଆରା ଅନୁଷ୍ଠାନ। ଅଞ୍ଚଳବାସୀଙ୍କୁ ଭଲ ଅନୁଷ୍ଠାନରେ ଉତ୍ତର ସୁବିଧା ସୁଯୋଗ ଦେଇ ବିଏଡ ଡିଗ୍ରୀ ପ୍ରାପ୍ତ ପାଇଁ ସମର୍ପିତ ଏ ଅନୁଷ୍ଠାନ ପିଲାଙ୍କ ସୁଖଦୁଃଖରେ ସବୁବେଳେ ସହାୟତା ଯୋଗାଇ ଦେଇଥାଏ। ଯୁକ୍ତ ୩ ପରେ ଯେଉଁମାନେ ଓଡିଶା ରାଜ୍ୟ ରେ ବି.ଏଡ଼ କରିବାରୁ ବଞ୍ଚିତ ହୁଅନ୍ତି ସେହିମାନଙ୍କୁ ଏହି ଅନୁଷ୍ଠାନ ଆଚାର୍ଯ୍ୟ ନାଗାର୍ଜୁନ , ଆନ୍ଧ୍ର ରାଜ୍ୟ ରେ ଥିବା ବି.ଏଡ଼ ଡ଼ିଗ୍ରୀ ରେ ପାଠ ପଡ଼ିବା ପାଇଁ ସାହାଯ୍ୟ ଯୋଗାଇଥାଏ।ଅନ୍ୟ ଅନୁଷ୍ଠାନ ଭଳି ଏଠାରେ ପିଲାମାନେ ହଇରାଣ ହରକତ ହୁଅନ୍ତି ନାହିଁ। ଏପରିକି ଲିଖିତ ପରୀକ୍ଷା ପରେ ସାର୍ଟିଫିକେଟ ବେରୀଫିକେଶନ ବେଳେ (ସରକାରୀ ଯାଞ୍ଚ) ସମୟରେ ବହୁତ ଛାତ୍ର ଛାତ୍ରୀ ଅସୁବିଧା ର ସମୁଖୀନ ହୋଇଥାନ୍ତି। କିନ୍ତୁ ଏହି ଅନୁଷ୍ଠାନ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ଓ କାଗଜପତ୍ର ପିଲାଙ୍କୁ ବିଶ୍ବବିଦ୍ୟାଳୟ ମାନଙ୍କରୁ ଆଣି ପିଲାଙ୍କୁ ଦେବାର ବନ୍ଦୋବସ୍ତ କରିଥାଏ। ତେଣୁ ଛାତ୍ର ଛାତ୍ରୀ ମାନଙ୍କୁ କୈାଣସି ସମସ୍ୟା ଓ ଅସୁବିଧା ଭୋଗିବାକୁ ପଡେନାହିଁ। ପାଠ୍ୟକ୍ରମ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦେଉଥିବା ଏହି ଅନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କ ନାମ ପଞ୍ଜିକରଣ, ଉତ୍ତମ ଶିକ୍ଷା, ଭଲ ଫଳାଫଳ ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦେଇଥାଏ।ଆଉ ତାର ସୁଫଳ ହେଉଛି ୬୨ ଜଣ ଛାତ୍ରଛାତ୍ରୀଙ୍କ କୃତକାର୍ଯ୍ୟ ବା ସଫଳତା।

ଲମତାପୁଟ ଠାରୁ ୧୫ କି.ମି ଦୂର ରେ ଥିବା ମାଦି ଗ୍ରାମରେ ଆଜି ତ ଖୁସି ର ଲହର କହିଲେ ନସରେ। ଯେଉଁ ଗ୍ରାମକୁ ୯ କିଲୋମିଟର ଯାଏଁ ଠିକ ଭାବରେ ରାସ୍ତା ନାହିଁ , ପିଲାଙ୍କୁ ଚାଲି ଚାଲି ଯିବାକୁ ପଡ଼େ, ସେହି ଗ୍ରାମରେ ମଧ୍ୟ ଜୟ ଜଗନ୍ନାଥ ବିଏଡ କାଉନସିଲ ସେଣ୍ଟରର ମୁଖ୍ୟ ପ୍ରଦୀପ ନାୟକ ଓ ଗଣେଶ ସାହୁଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ୩ ଛାତ୍ର ସଫଳ ହୋଇ ଚାକିରି ପାଇଛନ୍ତି। ଏହିପରି ଅନେକ ଜାଗାରେ ଯେପରି କି ମାଲକାନଗିରି , ନବରଙ୍ଗପୁର ଜୟପୁରରୁ ମୋଟ ୬୨ ଜଣ ସଫଳତାର ସହ ଶିକ୍ଷକତାରେ ଯୋଗ ଦେବେ।

ସତରେ ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟର ଏକ ନିଆରା ଅନୁଷ୍ଠାନ। ଏହାର ମୁଖ୍ୟ ଗଣେଶ ସାହୁ, ପ୍ରଦୀପ ନାୟକ , ସହକର୍ମୀ ଶିବାନି ପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ବିମଲ ପାତ୍ର ଓ ଉପଦେଷ୍ଟା ଡ଼ ମନୋରଞ୍ଜନ ପ୍ରଧାନଙ୍କର ପିଲାଙ୍କ ପ୍ରତି ଥିବା ସ୍ନେହ, ଆଦର ଓ ସହଯୋଗ ଅତୁଳନୀୟ।

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ଦ୍ବାରା ଆୟୋଜିତ ନିୟୋଜନ ଲିଖିତ ପରୀକ୍ଷାରେ କାଉନସେଲିଂ ସେଣ୍ଟରର ୬୨ ଜଣ ( TGT Science CBZ – ୯ ,PCM- ୮ ଓ TGT Arts -୪୫ ଛାତ୍ରଛାତ୍ରୀ) ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ହାଇସ୍କୁଲ ଶିକ୍ଷକ ଭାବେ ନିଯୁକ୍ତ ପାଇବା ଏକ ବଡ଼ ଉପଲବ୍ଧି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୟ ଜଗନ୍ନାଥ କାଉସେଲିଂର ମୁଖ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର