ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦ ପୁନର୍ଗଠିତ

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏକାଡେମିର ସମ୍ବିଧାନ ଧାରା ୯ ଅନୁଯାୟୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୂତନ ପରିଷଦ ଗଠନ ହୋଇଛି। ଏକାଡେମିର ସଭାପତି, ଉପସଭାପତି, ବିତ୍ତ ଅଧିକାରୀ ତଥା ଅର୍ଥ ପରାମର୍ଶଦାତା, ଏକାଡେମି ସମ୍ପାଦକ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଢେଙ୍କାନାଳର ବାହାଦୂର ପାଟ୍ଟସାହାଣୀ, ବାଲେଶ୍ବରର ଡ. ଶୁଭଶ୍ରୀ ଲେଙ୍କା ଓ କାଳୀପଦ ପଣ୍ଡା ସଦସ୍ୟ ରହିଛନ୍ତି।

ଏହା ବ୍ୟତୀତ ଏକାଡେମିର ସମ୍ବିଧାନ ଧାରା ୯ (ଏଫ୍‌) ମୁତାବକ, ଜିଲ୍ଲାୱାରି ସଦସ୍ୟ ରହିଛନ୍ତି, ଅନୁଗୁଳରୁ ସଂଗ୍ରାମ କେଶରୀ ପୃଷ୍ଟି, ବଲାଙ୍ଗିରର ଜ୍ୟୋତିର୍ମୟୀ ସାହୁ, ବରଗଡ଼ର ବାମାପଦ ତ୍ରିପାଠୀ, ବାଲେଶ୍ବରର ଭରତ ଚନ୍ଦ୍ର ଦାଶ, ବୌଦ୍ଧରୁ ସଞ୍ଜୟ କୁମାର ପଣ୍ଡା, ଭଦ୍ରକର ପବିତ୍ର ପାଣିଗ୍ରାହୀ, କଟକର ମନୋଜ ପଟ୍ଟନାୟକ, ଦେବଗଡ଼ର ଭାରତ ଭୂଷଣ ନନ୍ଦ, ଢେଙ୍କାନାଳର ପୁଷ୍ପଲତା ରଥ, ଗଜପତିର ମୀନାକ୍ଷୀ ସାହୁ, ଗଞ୍ଜାମର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଜଗତସିଂପୁରର ଅଭୟ ବାରିକ, ଯାଜପୁରର ରୀତାରାଣୀ ନାୟକ, ଝାରସୁଗୁଡ଼ାର ଶିବପ୍ରିୟା ମିଶ୍ର, କଳାହାଣ୍ଡିର ସତ୍ୟନାରାୟଣ ମହାପାତ୍ର, କନ୍ଧମାଳର ଗିରିଜା ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ାର ସରୋଜ କୁମାର ମହାନ୍ତି, କେନ୍ଦୁଝରର ପିନାକୀ ମିଶ୍ର, କୋରାପୁଟର ଲକ୍ଷ୍ମୀକାନ୍ତ ପାଢ଼ୀ, ଖୋର୍ଧାର ବିବେକାନନ୍ଦ ପାଣିଗ୍ରାହୀ, ମାଲକାନଗିରିର କିଶୋର ଚନ୍ଦ୍ର ପ୍ରଧାନ, ମୟୂରଭଂଜର ଅଜିତ ପାତ୍ର, ନବରଙ୍ଗପୁରର ବଲ୍ଲଭ କୁମାର ରାଉତ, ନୟାଗଡ଼ର ଅଶୋକ କୁମାର ନାୟକ, ନୂଆପଡ଼ାର ସୁରେଶ୍ବରୀ ବାଘ, ପୁରୀର ପ୍ରତିଭା ମହାରଥୀ, ରାୟଗଡ଼ାର ଡମ୍ବରୁଧର ପଟ୍ଟନାୟକ, ସମ୍ବଲପୁରର ରଘୁନାଥ ମେହେର, ସୁବର୍ଣ୍ଣପୁରର ଦେବାଶିଷ ପାଣ୍ଡିଆ ଓ ସୁନ୍ଦରଗଡ଼ର ସୁପ୍ରିୟା ପାଲ।

ଏଥିସହ ଧାରା(ଜି) ମୁତାବକ ବିଶ୍ବବିଦ୍ୟାଳୟରୁ ୮ଜଣ ପ୍ରତିନିଧି ପରିଷଦରେ ରହିବେ। ସେମାନେ ହେଲେ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି କିମ୍ବା ତାଙ୍କ ପ୍ରତିନିଧି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସମ୍ବଲପୁର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଅଶୋକ କୁମାର ମହାପାତ୍ର, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ମୟୂରଭଂଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁ, ଫକୀର ମୋହନ ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଡ. ଉର୍ମିଶ୍ରୀ ବେଦମାତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରୁ ଡ. ନିରଂଜନ କର ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ସମ୍ବଲପୁରର ଶିବ ପ୍ରସାଦ ତ୍ରିପାଠୀ। ଏହାବାଦ୍‌ ଏକାଡେମିର ସାଧାରଣ ପରିଷଦ ଦ୍ବାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ନିଯୁକ୍ତ ହେବେ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ମଧ୍ୟ ପରିଷଦରେ ରହିବେ। ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ୩ବର୍ଷ କାଳ ଚାଲିବ।

ସମ୍ବନ୍ଧିତ ଖବର