ବିଜେପି ଓ କଂଗ୍ରେସରୁ ଆସି ମନ୍ତ୍ରୀ

ଭୁବନେଶ୍ୱର : କଂଗ୍ରେସ, ବିଜେପି ନେତା ଥିଲେ। ଏବେ କିନ୍ତୁ ବିଜେଡି ସରକାରରେ ମନ୍ତ୍ରୀ। ତିନି ଜଣ ଏଭଳି େନତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିେନଟରେ ସାମିଲ କରିଛନ୍ତି। ଅନ୍ୟ ଦଳକୁ ଯାଇଥିବା େନତାଙ୍କୁ ସେଠାରେ ଗୁରୁତ୍ବ ମିଳୁନଥିବା େବଳେ ପରୋକ୍ଷରେ ଦଳ ବଦଳକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭିନ୍ନ ଏକ ବାର୍ତା ଦେଇଛନ୍ତି।

ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ ତତ୍କାଳୀନ ବିଧାୟକ ନବ କିଶୋର ଦାସ। ନିର୍ବାଚନର କିଛିଦିନ ପୂର୍ବରୁ ବିଜେଡିରେ ସାମିଲ ହେେଲ। ଝାରସୁଗୁଡ଼ାରୁ ପୁଣି ନିର୍ବାଚତି ହୋଇଛନ୍ତି। ନବଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ କରିବା ସଙ୍ଗେ ସଙ୍ଗେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ େଦଇଛନ୍ତି ନବୀନ।

ବିଜେଡିରୁ ବିଦା ହୋଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ କରିଥିଲା। ସେଠାରେ ଦୀର୍ଘ ବର୍ଷ ଧରି ବିଜେପିର ସଙ୍ଗଠନ ବଢ଼ାଉଥିବା ରଘୁନନ୍ଦନ ଦାସ ସଦଳବଳେ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ନବୀନ ସେଠାକାର ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁରକୁ ସ୍ଥାନାନ୍ତର କରି ରଘୁନନ୍ଦନଙ୍କୁ କେବଳ ପ୍ରାର୍ଥୀ କରି ଜିତାଇଲେ ତାହା ନୁେହଁ, ଦାମଙ୍କୁ ତୃତୀୟ ସ୍ଥାନକୁ େଠଲି ସେ ବିଜୟୀ େହାଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ପୁରସ୍କାର େଦଇଛନ୍ତି। ପ୍ରଥମ ଦଫାରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଜଳସଂପଦ ଓ ସୂଚନା ଓ େଲାକସଂପର୍କ ବିଭାଗ ମିଳିଛି।

ତୁଷାରକାନ୍ତି ବେହେରାଙ୍କୁ ବିଜେପି ଟିକେଟ୍‍ ଦେଇଥିଲା। ତେବେ ପୂର୍ବତନ ମନ୍ତ୍ରୀ ସୁେରନ୍ଦ୍ର ନାଥ ନାୟକଙ୍କ ଦ୍ୱାରା ପ୍ରଭାବିତ ହୋଇ ତୁଷାରକାନ୍ତି ବିଜେପିକୁ ଟିକେଟ୍‍ ଫେରାଇ ଦେଇ ବିଜେଡିରେ ସାମିଲ ହେଲେ। ପ୍ରଥମଥର ପାଇଁ ବିଧାୟକ ହୋଇଥିବା ତୁଷାରକାନ୍ତିଙ୍କୁ ନବୀନ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ କରିବା ସହିତ କ୍ରୀଡ଼ା ଓ ଯୁବସେବା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଦାୟିତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର