ନନ୍ଦନକାନନରେ ୩ଛୁଆକୁ ଜନ୍ମ ଦେଲା ଏସୀୟ ସିଂହୀ ରେବା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସିୟ ସିଂହୀ ରେବା ଜିତ୍ ସହ ମିଳନରୁ ଦ୍ଵିତୀୟ ଗର୍ଭରୁ ୩ଟି ଶାବକଙ୍କୁ ଜନ୍ମ ଦେଇଛି। ରେୱା ନବଜାତ ଶାବକଙ୍କର ଯତ୍ନ ନେଉ ନଥିବାର ଦୃଶ୍ୟ ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଥିଲା। ଛୁଆମାନଙ୍କୁ ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହ୍ୟାଣ୍ଡରିୟରିଂ କେନ୍ଦ୍ରକୁ ଆଣି ଲାଇଟ୍ ରେ ରଖା ଯାଇଛି।

ଶାବକ ୩ଟି ଜନ୍ମଲାଭ ଫଳରେ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୮ଟି ଅଣ୍ଡିରା ଓ ୬ଟି ମାଈଙ୍କୁ ମିଶାଇ ମୋଟ ୧୪ଟି ଏସିୟ ସିଂହ ଓ ୪ଟି ଅଣ୍ଡିରା ୩ଟି ମାଈଙ୍କୁ ମିଶାଇ ମୋଟ ୭ଟି ହାଇବ୍ରିଡ୍ ବା ବର୍ଣ୍ଣିସଙ୍କର ସିଂହ ଅଛନ୍ତି।

ସମ୍ବନ୍ଧିତ ଖବର