ବିଦେଶୀ ମଦ ଚାଲାଣ: ୪ ଗିରଫ, ହୋଲି ପାଇଁ ଘରେ ଗଚ୍ଛିତ ରଖିଥିଲେ

ରାଉରକେଲା: ବିଦେଶୀ ମଦ ଚାଲାଣ ଓ ଅନୈତିକ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ପୁଲିସ କାବୁ କରିନେଇଛି। ଘରେ ମଦ ରଖିଥିବା ଅଭିଯୋଗରେ ଲୁଆକେରାର ପିଣ୍ଟୁ କଂସାରୀ(୪୪) ଓ ବିଶ୍ବନାଥ କଂସାରୀ(୫୩)ଙ୍କୁ ସେକ୍ଟର-୧୫ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ରବିବାର ପୂର୍ବାହ୍ନରେ ପୁଲିସ ଅଭିଯୁକ୍ତଙ୍କ ଘରେ ଚଢ଼ଉକରି ମଦ ଜବତ କରିଥିଲା। ସେମାନଙ୍କଠାରୁ ୪୫.୦୭୦ ଲିଟର ବିଦେଶୀ ମଦ ଜବତ ହୋଇଛି।

ସେହିଭଳି ଅନ୍ୟ ଏକ ମାମଲାରେ ବିଦେଶୀ ମଦ ଚାଲାଣ କରୁଥିବାବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଛି ସେକ୍ଟର-୭ ପୁଲିସ। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ପିଣ୍ଟୁ(୨୩) ଓ ଘନ(୨୪)। ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୁଲିସ ସୂଚନାଅନୁସାରେ, ରବିବାର ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ଏକ ସ୍କୁଟିରେ ବିଭିନ୍ନ କମ୍ପାନିର ୧୯ ଲିଟର ମଦ ନେଇ ଯାଉଥିଲେ। ସମ୍ଭବତଃ ହୋଲି ପାଇଁ ମଦ ଦୋକାନ ବନ୍ଦ ରହୁଥିବାରୁ ଉଭୟେ ମଦ ଚାଲାଣ କରୁଥିଲେ। ତେବେ ସେକ୍ଟର-୫ ଭିଆଇପି ମା‌ର୍କେଟ ପାଖରେ ଉଭୟଙ୍କୁ ପୁଲିସ କାବୁ କରିନେଇଥିଲା।

ସମ୍ବନ୍ଧିତ ଖବର