ମାଲକାନଗିରି ପରେ ଏସ୍‌ସିବିର ଟିକ୍‌ଟକ୍‌ ଭିଡିଓ ଭାଇରାଲ, ତଦନ୍ତ ପାଇଁ ଗଠନ ହେଲା ୩ଜଣିଆ କମିଟି

କଟକ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ ଏସସିବି ମେଡିକାଲ୍‌ର ଏକ ଟିକ୍‌ଟକ୍‌ ଭିଡିଓ ଚର୍ଚ୍ଚାର ଖୋରାକ ଯୋଗାଇଛି। ମେଡିକାଲ୍‌ରେ ଆଟେଣ୍ତାଣ୍ଟ ଯୋଗାଉଥିବା ଏକ ସ˚ସ୍ଥାର ଜଣେ ମହିଳା କର୍ମଚାରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି। ଯଦିଓ ସେ ମେଡିକାଲ୍‌ର କୌଣସି କର୍ମଚାରୀ ନୁହଁନ୍ତି, ତଥାପି ଡ୍ୟୁଟିରେ ଥିବା ସମୟରେ ମେଡିକାଲ୍‌ ଭିତରେ ଏଭଳି କାର୍ଯ୍ୟକୁ କତ୍ତୃର୍ପକ୍ଷ ମଧ୍ୟ ନାପସନ୍ଦ କରିଛନ୍ତି। ଘଟଣା ସତ ହୋଇଥିଲେ ବି ଏହା କେଉଁ ପରିସ୍ଥିତିରେ, କେତେବେଳେ, କାହିଁକି ଏଭଳି କରିବାକୁ ମହିଳା ଜଣକ ଉଦ୍ୟମ କରିଥିଲେ ତାହାର ତଦନ୍ତ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଏଥିପାଇଁ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବି ଜୀଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣାଙ୍କୁ ସଦସ୍ୟ ଭାବେ ରଖାଯାଇଛି। କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରିବ। ଯଦି ମେଡିକାଲ୍‌ରେ ଡ୍ୟୁଟି ସମୟରେ ଏଭଳି କରାଯାଇଥାଏ, ତାହେଲେ ଏସ˚ପର୍କରେ ସ˚ପୃକ୍ତ ସ˚ସ୍ଥାକୁ ଅବଗତ କରାଯାଇ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି।

ଅନ୍ୟଏକ ଭିଡିଓରେ ଜଣେ ବୟସ୍କ ମହିଳା ସ˚ପୃକ୍ତ ଭାଇରାଲ ମହିଳାଙ୍କ ସହିତ ରହିଥିବା ଦେଖିବାକୁ ମିଳିଛି। ତେବେ ବୟସ୍କ ମହିଳା ଜଣକ ଉକ୍ତ ଭିଡିଓ ୬ମାସ ପୂର୍ବରୁ ତାଙ୍କ ଅଜଣାତରେ ସୁଟି˚ କରାଯାଇଥିବା କହିଛନ୍ତି। ଯେଉଁ ମହିଳା ନାଚୁଥିବା କୁହାଯାଉଛି, ସେ ୩ମାସ ପୂର୍ବରୁ ଚାକିରି ଛାଡ଼ିସାରିଛନ୍ତି। ଏହା ଉପରେ ଅଧୀକ୍ଷକ କହିଛନ୍ତି ଯେ, ଭାଇରାଲ ହୋଇଥିବା ଟିକଟକ୍‌ ଭିଡିଓରେ ମହିଳା ଜଣକ ଯେଉଁ ଦୃଶ୍ୟ ଦେଖାଉଛନ୍ତି, ପଛରେ ରୋଗୀ ଶୋଇଥିବା ଦେଖିବାକୁ ମିଳୁଛି। ତେବେ ବେଡ୍‌ରେ ଯେଉଁ ବେଡ୍‌ସିଟ୍‌ ପଡିଛି ତାହାକୁ ନେଇ ଅଧୀକ୍ଷକ ସନ୍ଦେହ ପ୍ରକଟ କରିଛନ୍ତି। ସାମାନ୍ୟ ଗୋଲାପୀ ରଙ୍ଗର ବେଡ୍‌ସିଟ୍‌ ଦେଖାଯାଉଥିଲେ ବି କୌଣସି ସରକାରୀ ମେଡିକାଲ୍‌ରେ ଏଭଳି ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉନଥିବା ଅଧୀକ୍ଷକ କହିଛନ୍ତି। ତେଣୁ ଏହା ଏସ୍‌ସିବି ମେଡିକାଲ୍‌ର କି ନୁହେଁ ତାହା ଏବେଠୁ କହିବା ଠିକ୍‌ ହେବ ନାହିଁ ବୋଲି କୁହାଯାଇଛି। ଯେହେତୁ ଅସ୍ଥିଶଲ୍ୟ ବିଭାଗରେ ଏଡି ଭିଡିଓ ସୁଟ୍‌ କରାଯାଇଥିବା କୁହାଯାଉଛି, ତେଣୁ ଅସ୍ଥିଶଲ୍ୟ ବିଭାଗ ମୁଖ୍ୟଙ୍କୁ ତଦନ୍ତ କମିଟିର ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଛି। ଯାହା ବି ରିପୋର୍ଟ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର