ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡ଼ା ସୁରୁଗୁଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ସୁରୁଗୁଡ଼ା- ଲେଫ୍ରିପଡ଼ା ରାସ୍ତା କଡ ରେ ଦୀର୍ଘ ଦିନରୁ ଏକ ଦଶ ଚକିଆ ଟ୍ରକ ବ୍ରେକ ଡାଉନ୍ ହୋଇ ପଡିଥିଲା। ଅନ୍ୟପଟେ ଏକ ବାଇକ୍ ରେ ଜଣେ ବ୍ୟକ୍ତି ଦୁଇ ମହିଳାଙ୍କୁ ଲୋକଡେଗାରୁ ଦର୍ଲିଢ଼ିପା ପଟକୁ ଯାଉଥିବା ବେଳେ ଟ୍ରକ୍‌ର ପଛ ପରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ଜଣେ ମହିଳା ସମେତ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିକା ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ସୁନ୍ଦରଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର