ସାପ କାମୁଡ଼ାରେ ମହିଳା ମୃତ

କୁଚିଣ୍ଡା: କୁଚିଣ୍ଡା ଥାନା ପାରୁଆଭାଡ଼ି ଗ୍ରାମର ଅଶୋକ ଭୋଇଙ୍କ ସ୍ତ୍ରୀ ସୁଜାତା ଭୋଇଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସୁଜାତା ଗୁରୁବାର ରାତିରେ ଘର ଚଟାଣରେ ଶୋଇଥିଲେ। ରାତି ପ୍ରାୟ ୪ ଟାରେ ଏକ ଚିତି ସାପ ତାଙ୍କ କାନକୁ କାମୁଡି ଦେଇଥିଲା। ସୁଜାତା ଏ ବାବଦରେ ପରିବାର ସଦସ୍ୟଙ୍କୁ ଜଣାଇ ଥିଲେ। ପରିବାରର ସଦସ୍ୟମାନେ ଏକ ଗାଡ଼ି ଭଡ଼ା କରି ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ କୁଚିଣ୍ଡା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରିଛି। ମୃତ ମହିଳାଙ୍କ ୫ ଓ ୩ ବର୍ଷର ୨ଟି ଶିଶୁ ପୁତ୍ର ଅଛନ୍ତି।

ସମ୍ବନ୍ଧିତ ଖବର