ଏବେ ଅନଲାଇନରେ ମିଳିବ ହିରୋ ମୋଟୋକର୍ପର ସ୍ପେୟାର ପାର୍ଟ୍ସ

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ଲିଃ ଦେଶର ଅଗ୍ରଣୀ ଦୁଇଚକିଆ ଯାନ କମ୍ପାନୀ ପକ୍ଷରୁ ଏହାର ବିକ୍ରି ପରବର୍ତ୍ତୀ ସେବାକୁ ସୁଦୃଢ଼ କରିବା ପାଇଁ ଇ-କମର୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି। ଏଠାରେ କମ୍ପାନୀର  ପାର୍ଟସ୍‌ ଓ ଆସେସୋରିଜ୍‌ ଉପଲବ୍ଧ ହେବ।

ଏହାଦ୍ୱାରା ଗ୍ରାହକ ମାନେ www. hgpmart.com ଲଗଅନ କରି ଅନଲାଇନରେ କମ୍ପାନୀର ବିଭିନ୍ନ ଯନ୍ତ୍ରାଂଶ ସହଜରେ ପାଇପାରିବେ । ଏହି ନୂଆ ୱେବ୍‌ସାଇଟ୍‌ ଦ୍ୱାରା ଗ୍ରାହକ ସିଧାସଳଖ କମ୍ପାନୀରୁ ସହଜରେ ଆବଶ୍ୟକ ଯନ୍ତ୍ରାଂଶଘରେ ବସି ସେମାନଙ୍କର ମୋଟରସାଇକେଲ୍‌ ଏବଂସ୍କୁଟର ପାଇଁ କିଣିପାରିବେ। ହିରୋମୋଟୋ କର୍ପ ନିରନ୍ତର ଗ୍ରାହକଙ୍କ ସୁବିଧା ପାଇଁ ଅନନ୍ୟ ପ୍ରୟାସ ଜାରି ରଖିଛି। ଏହି ଯୋଜନା ଅନ୍ତର୍ଗତ ଇ-କମର୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି। ଦେଶରେ କମ୍ପାନିର ୧୦୦ ଯନ୍ତ୍ରାଂଶ ବିତରକ ରହିଛନ୍ତି । ଗ୍ରାହକ ଏହି ପୋର୍ଟାଲରେ ୩ଟି ପର୍ଯ୍ୟାୟରେ ଯନ୍ତ୍ରାଂଶ ଉପଲବ୍ଧ କରିପାାରିବେ। ପ୍ରଥମେ ଦୁଇଚକିଆ ଯାନ ମଡେଲ ଚୟନ କରି ଏହାପରେ ଆବଶ୍ୟକ ପାର୍ଟସ୍‌ ବର୍ଗ ଚୟନ କରିବେ। ଏହାପରେ ପାର୍ଟ ସିଲେକ୍ଟ କରି ପର୍ଚେସ୍‌ କ୍ଲିକ୍‌ କରିବେ। ଏହି ପୋର୍ଟାଲ ଗ୍ରାହକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ପୂର୍ବରୁ କମ୍ପାନୀ ସ୍ନାପ୍‌ଡିଲ୍‌ ସହାୟତାରେ ୫ ଲକ୍ଷ ଦୁଇଚକିଆ ଯାନ ଏକବର୍ଷ ମଧ୍ୟରେ ବିକ୍ରି କରିପାରିଛି।

ସମ୍ବନ୍ଧିତ ଖବର