ବଜାରରକୁ ଆସିଲା ଜିଭି ମୋବାଇଲ୍‌ର ୩ ଫିଚର ଫୋନ୍‌

ନୂଆଦିଲ୍ଲୀ : ଜିଭି ମୋବାଇଲ୍‌ର ପକ୍ଷରୁ ୩ଟି ଫିଚର ଫୋନ୍‌ର ବଜାର ପ୍ରବେଶ କରାଯାଇଛି। ଏହାର ମୂଲ୍ୟ ୮୦୦ରୁ ୧୨୦୦ଟଙ୍କା ମଧ୍ୟରେ ରହିଛି। ଏହି ଫୋନ୍‌ ଗୁଡ଼ିକ ହେଉଛି ଏକ୍ସ-୦୩, ଏନ୍‌-୪୪୪ ଏବଂ ଏନ୍‌-୪୩୩୨। ଏଗୁଡିକରେ ଡୁଆଲ୍‌ ସିମ୍‌ ସହିତ ଲାଟେଷ୍ଟ୍‌ ଫିଚର ରହିଛି। ଏକ୍ସ-୦୩ରେ ୧.୮ ଇଞ୍ଚ ଡିପ୍ଲୋ, ଏମପି-୩, ଏମପି-୪ ପେଲୟାର, ୧୦୦୦ଏମଏଏଚ ବ୍ୟାଟରୀ, ୧୨୮ ଜିବି ବର୍ଦ୍ଧିତ ମେମୋରୀ ରହିଛି। ଏନ୍‌-୪୪୪ରେ ୨.୪ ଇଞ୍ଚ ସ୍କ୍ରିନ୍‌,ଏମପି-୩, ଏମପି-୪ ପ୍ଲେୟାର, ଏଫ୍‌ ଏମ୍‌ ରେଡିଓ, ସେଲଫି କ୍ୟାମେରା, ବ୍ଲୁଟୁଥ୍‌. ଇଣ୍ଟରନେଟ୍‌ ସୁବିଧା, ୩.୫ ଅଡିଓ ଜ୍ୟାକ୍‌, ୧୭୫୦ ଏମଏଏଚ ବ୍ୟାଟେରୀ ରହିଛି। ସେହିପରି ଏନ୍‌-୪୩୩୨ରେ ୨.୪ ଇଞ୍ଚ ସ୍କ୍ରିନ୍‌ ଏମପି-୩, ଏମପି-୪ ପ୍ଲେୟାର, ୱେରଲେସ୍‌ ଏଫ୍‌ଏମ୍‌ ରେଡି. କ୍ୟାମେରା, ବ୍ଲୁଟୁଥ୍‌, ଇଣ୍ଟରନେଟ୍‌, ୩.୫ ଅଡିଓ ଜ୍ୟାକ୍‌, ୧୭୫୦ ଏମଏଏଚ୍‌ ବ୍ୟାଟେରୀ ଆଦି ସୁବିଧା ରହିଛି। ଅଗଷ୍ଟରେ କମ୍ପାନୀ ପକ୍ଷରୁ ଏସ୍‌-୩, ଏନ୍‌-୩, ବାନାନା ୦୬ ଏବଂ ଏକ୍ସ୍‌-୯୩ ଫିଚର ଫୋନ୍‌ର ବଜାର ପ୍ରବେଶ କରାଯାଇଥିଲା। ଏହି ଅବସରରେ ଜିଭି ମୋବାଇଲର ମାର୍କେଟିଙ୍ଗ୍‌ ମୁଖ୍ୟ ହର୍ଷ ବର୍ଦ୍ଧନ କହିଲେ,‘ ଜିଭି ମୋବାଇଲ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ବଜାରରେ ନିଜର ସ୍ଥିତି ସୁଦୃଢ କରିବାକୁ ସକ୍ଷମ ହୋଇପାରିଛି । ଦେଶରେ ଏହାର ବଳିଷ୍ଠ ନେଟ୍‌ୱାର୍କ ରହିଛି। ଏହା ସମ୍ପୂର୍ଣ୍ଣଭାବେ ଆମର ଆର୍‌ ଆଣ୍ଡ୍‌ ଡି ଟିମ୍‌ ଦ୍ୱାରା ନିର୍ମିତ ହୋଇଛି। ଏହାଦ୍ୱାରା ଆମେ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ଆମର ମାର୍କେଟ୍‌ ଶେୟାର ବୃଦ୍ଧି କରିପାରିବୁ ।

ସମ୍ବନ୍ଧିତ ଖବର