ଏଣିକି ଅନ୍ୟ ୟୁନିଟ୍‌ /ଜୋନ୍‌ ବଦଳିରୁ ବର୍ତ୍ତିବା ପାଇଁ ବାହାନା ବନାଇବା ରେଳବାଇ ଅଧିକାରୀଙ୍କୁ ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖା ଦେଇଛି ରେଲେଓ୍ଵ ଅଧିକାରୀ ବଦଳି ଓ ପଦୋନ୍ନତୀରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାର ବାହାନା କରି ଥାଆନ୍ତି। ଏଭଳି ପରିସ୍ଥିତିରେ ଅନେକ ଅସୁବିଧା ସାମ୍ନାକୁ ଆସିଥାଏ। ବୋର୍ଡ ସଙ୍କେତ ଦେଇଛି କି, ଏଣିକି ରେଲେଓ୍ଵ ଅଧିକାରୀ ପଦୋନ୍ନତୀ ହେବା ତଥା ବଦଳି ଆଦେଶରୁ ବଞ୍ଚିବା ପାଇଁ ବାହାନା କରିବା ଦ୍ୱାରା ସେମାନେ ସେମାନଙ୍କ ବରିଷ୍ଠତାକୁ ହରାଇବେ। ବୋର୍ଡ ପକ୍ଷରୁ ଜାରି ହୋଇଥିବା ଆଦେଶ ମୁତାବକ, ଏଭଳି ଉପାୟ ଆପଣାଉଥିବା କର୍ମଚାରୀଙ୍କ ପଦୋନ୍ନତୀ ବର୍ଷକ ପାଇଁ ଅଟକାଇ ଦିଆଯିବ।

ନିକଟରେ ବୋର୍ଡ କହିଛି ଯେ, ପଦୋନ୍ନତୀ ହେବା ପରେ ଗୋଟିଏ ଜୋନ୍‌ କିମ୍ବା ୟୁନିଟ୍‌ରୁ ଅନ୍ୟ ସ୍ଥାନକୁ ବଦଳି ହୋଇଥିବା ଅଧିକାରୀ ଅନେକଥର ନିର୍ଦ୍ଧାରିତ ସମୟସୀମା ଭିତରେ ଆଦେଶର ପାଳନ କରନ୍ତି ନାହିଁ। ଏହାର କାରଣ ପଚାରିବାରୁ ସେମାନେ ବିଭିନ୍ନ ପ୍ରକାର ବାହାନା ଦେଖାଇ ଥାଆନ୍ତି। ଏଭଳି କାମ କରିବା ଦ୍ୱାରା କେବଳ ଯେ ସେହି ୟୁନିଟ୍‌ /ଜୋନ୍‌ର ପ୍ରଶାସନିକ ଅସୁବିଧା ହୋଇଥାଏ ତାହା ନୁହେଁ ଯେଉଁଠାରେ ବଦଳି ଆଦେଶ ଜାରି କରାଯାଇଥାଏ ସେଠାରେ ବି ଅନେକ ଅସୁବିଧା ଦେଖା ଦେଇଥାଏ। ବୋର୍ଡ ଅଗଷ୍ଟ ୨୯ରେ ଜାରି କରିଛି କି ନିଜର ବଦଳି ଓ ପ୍ରମୋସନ୍‌ ଆଦେଶକୁ ଅଧିକାରୀ ଗ୍ରହଣ କରୁ ନଥିବା ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର