ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ ହ୍ବାଟସଆପ୍ ପେ’, ଏନପିସିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତରେ ଅଧିକାରୀକ ଭାବେ ଲଞ୍ଚ ହେବାକୁ ଯାଉଛି ହ୍ବାଟସଆପ୍ ପେ’। ଗତ ଦୁଇ ବର୍ଷ ହେଲାଣି ଏହାର ଲଞ୍ଚ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ କିଛି ଦିନ ମଧ୍ୟରେ ଏହାକୁ ଭାରତରେ ଲଞ୍ଚ କରି ଦିଆଯିବ। ଏହାକୁ ଭାରତରେ ଲଞ୍ଚ କରିବା ପାଇଁ ଫେସବୁକକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ) ଅନୁମତି ଦେଇସାରିଛି।

ମିଳିଥିବା ସୂଚନା ମୁତାବକ, ଭାରତରେ ହ୍ବାଟସଆପର ଡିଜିଟାଲ ପେମେଣ୍ଟ ସର୍ଭିସ ଆରମ୍ଭ କରିବା ପାଇଁ ଏନପିସିଆଇ ଲାଇସେନ୍ସ ପାସ୍ କରିସାରିଛି। ଡାଟା ସ୍ଥାନୀୟକରଣକୁ ନେଇ ଲାଇସେନ୍ସ ପାସ୍ କରିବାରେ ବିଳମ୍ବ କରୁଥିଲା ଏନପିସିଆଇ। କିନ୍ତୁ କମ୍ପାନି ଲୋକାଲ ଡାଟା ରେଗୁଲେସନକୁ ଅନୁସରଣ କରିବ ବୋଲି କଥା ଦେବା ପରେ ଏନପିସିଆଇ ଲାଇସେନ୍ସ ପାସ କରିଛି।

Image result for whatsapp-pay
TechJuice

ପ୍ରଥମେ ୧‌କୋଟି ଲୋକଙ୍କୁ ହ୍ବାଟସଆପ୍ ପେ’ର ସୁବିଧା ମିଳିବ। ଭାରତରେ ହ୍ବାଟସଆପ୍ ବ୍ୟବହାରକାରୀ ଅଧିକ ଥିବାରୁ କମ୍ପାନି ଏହି ସର୍ଭିସ୍ ଦ୍ବାରା ଅଧିକ ଲାଭବାନ ହେବ ବୋଲି ଆଶା କରାଯାଉଛି। ପ୍ରଥମେ ୧କୋଟି ବ୍ୟବହାରକାରୀଙ୍କୁ ଏହି ସୁବିଧା ମିଳିବା ପରେ କମ୍ପାନି ଲାଇସେନ୍ସ ସହ ଜଡ଼ିତ ବାକି ଥିବା କାମକୁ ପୂରା କରିବ, ଯାହା ପରେ ଏହି ସୁବିଧାର ଲାଭ ସମସ୍ତେ ଉଠାଇ ପାରିବେ।

ସମ୍ବନ୍ଧିତ ଖବର