ଚନ୍ଦ୍ରଶେଖରପୁର: ଫର୍ଚ୍ୟୁନ୍ ଟାଓ୍ଵାର୍ ନିକଟସ୍ଥ ଛକରେ ଜଣେ ମହିଳାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଓ ଆକ୍ରମଣ କରିବା ଘଟଣାରେ ଚନ୍ଦ୍ରଶେଖରପୁର ପୁଲିସ୍ ତିନି ଜଣ ସ୍ଥାନୀୟ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରିତି ରଂଜନ ମହାନ୍ତି (୩୧), ସୁନିଲ କୁମାର ଜେନା (୪୨) ଏବଂ ହିମାଂଶୁ ଶେଖର ସାହୁ (୩୧)। ଗତକାଲି କୌଣସି କାରଣରୁ ଅଭିଯୋଗକାରୀ ମହିଳାଙ୍କ ସହିତ ଗିରଫ ତିନି ଜଣଙ୍କର ଯୁକ୍ତିତର୍କ ହୋଇଥିଲା। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ମହିଳାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା।