ବିଚ୍‌ ରାସ୍ତାରେ ମଡେଲଙ୍କ ସ୍କଟ୍‌ ଟାଣି ଦେଲେ ଦୁର୍ବୃତ୍ତ; ଅଶ୍ଳୀଳ ମନ୍ତବ୍ୟ ବି ଦେଲେ

ଭୋପାଲ : ବିଭିନ୍ନ ଆଇନ୍‌ ପ୍ରଣୟନ କରାଯାଉଥିଲେ ମଧ୍ୟ ଦିନକୁ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ସବୁ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଥିବା ବେଳେ ରବିବାର ସକାଳେ ଭୋପାଲରେ ଘଟିଥିବା ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ମଡ଼େଲ ନିଜର ସ୍କୁଟର ନେଇ କୌଣସି କାମରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ସ୍କଟ୍‌ ଟାଣିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ମଡ଼େଲ ଜଣଙ୍କ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇବାରୁ ତଳେ ପଡ଼ି ଆହାତ ହୋଇଥିବା ଜଣା ପଡ଼ିଛି । ଘଟଣା ଘଟିବା ପରେ ପୂରା ଘଟଣା ବିଷୟରେ ନିଜର ସୋସିଆଲ ସାଇଟ୍‌ରେ ଲେଖି ମଡ଼େଲ ଜଣଙ୍କ ସେୟାର କରିଥିବା ଦେଖିବାକୁ ମିଳିଛି ।

indiatoday.in

ସେ କରିଥିବା ପୋଷ୍ଟ ଅନୁଯାୟୀ, “ମୁଁ କାମରେ ସ୍କୁଟର ଯୋଗେ ବାହାରକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଆସି ମୋ ସହ ଅସଦାଚରଣ କରିଥିଲେ । ମୁଁ କିଛି ନ କହିବାରୁ ସେ ମୋ ସ୍କଟ୍‌ ଟାଣିବା ସହ ୟା ଭିତରେ କ’ଣ ଅଛି ଦେଖା ବୋଲି କହିଥିଲେ । ମୁଁ ତାଙ୍କୁ ରୋକିବାକୁ ଚେଷ୍ଟା କରିବା ସମୟରେ ଗାଡ଼ି ଉପରୁ ନିୟନ୍ତ୍ରଣ ତଳେ ପଡ଼ି ଯାଇଥିଲେ । ଏହି ଘଟଣାଟି ଗୋଟେ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିବା ବେଳେ କେହି ବି ସେମାନଙ୍କୁ ରୋକି ନଥିଲେ । ମୁଁ ପଡ଼ିଯିବା ପରେ ସେମାନେ ସେଠାରୁ ପଳାଇଥିଲେ । ମୁଁ ତାଙ୍କ ଗାଡ଼ିର ନମ୍ବର ବି ଦେଖି ପାରିଲି ନାହିଁ । ଏହା ପୂର୍ବରୁ ମୁଁ କେବେ ବି ଏମିତି ଅନୁଭବ କରି ନଥିଲି । ସେମାନେ ସେଠାରୁ ଖସି ଚାଲି ଯାଇଥିଲେ ଏବଂ ମୁଁ କିଛି କରି ପାରିଲି ନାହିଁ । ଏହା ପରେ ମୋ ସାଙ୍ଗମାନେ ଆସି ମୋତେ ଗୋଟେ କଫି ସପ୍‌କୁ ନେଇ ଯାଇଥିଲେ । କିନ୍ତୁ ମୁଁ ସେ ଘଟଣା ବିଷୟରେ ଭାବିବା ବନ୍ଦ କରି ପାରୁ ନଥିଲି । ଯଦି ରାସ୍ତା ଜନଶୂନ୍ୟ ହୋଇଥାନ୍ତା ତା’ହେଲେ ମୋ ସହ କ’ଣ କରିଥାନ୍ତେ ସେମାନେ?”

indiatoday.in

ଘଟଣା ଘଟିବା ପରେ କିଛି ପ୍ରମାଣ ମିଳିବା ଆଶାରେ ପୀଡ଼ିତା ଜଣଙ୍କ ସେହି ଅଞ୍ଚଳକୁ ଯାଇଥିଲେ ମଧ୍ୟ ସେଠାରେ କୌଣସି ସିସିଟିଭି ନାହିଁ ବୋଲି ଜାଣିବାକୁ ପାଇଥିଲେ ।

ସମ୍ବନ୍ଧିତ ଖବର