କାଠୁଆ ପୀଡ଼ିତାକୁ ନିଶା ଦିଆଯାଇ ଗଣଦୁଷ୍କର୍ମ କରାଯାଇଥିଲା: ପୁଲିସ୍‌ ରିପୋର୍ଟ

ଶ୍ରୀନଗର: କାଠୁଆରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ନୂଆ ମୋଡ଼ ନେଉଛି। ଏବେ ଜାଣିବାକୁ ମିଳିଛି ଯେ ଆଠବର୍ଷର ପୀଡ଼ିତା ନାବାଳିକାକୁ ଅଭିଯୁକ୍ତ ଭାଙ୍ଗ ବଟିକା ଖୁଆଇ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ। ପ୍ରଥମେ ଜଣେ ଅଭିଯୁକ୍ତି ବଳପୂର୍ବକ ତାର ତଣ୍ଟିରେ ତିନୋଟି ଭାଙ୍ଗ ବଟିକା ଖୁଆଇ ଦେଇଥିଲା। ଏହି ସମୟରେ ତାର ଜଣେ ବନ୍ଧୁ ଉକ୍ତ ପୀଡ଼ିତାର ଗୋଡ଼କୁ ମାଡ଼ିବସି ଧରିଥିଲା। ଏହାପରେ ଉକ୍ତ ନାବାଳିକାକୁ ମନ୍ଦିର ଭିତରେ ଲୁଚାଇ ରଖାଯାଇ ସେମାନେ ଲଗାତର ଗଣଦୁଷ୍କର୍ମ କରିଥିଲେ। ତିନି ଦିନରେ ଉକ୍ତ ବାଳିକାକୁ ଆଠଟି ନିଶା ବଟିକା ଦିଆ ଯାଇଥିଲା ବୋଲି ଜାଣିବାକୁ ମିଳିଛି।

ଉଲ୍ଳେଖଯୋଗ୍ୟ, ଜାନୁଆରୀ ୧୦ ତାରିଖରେ ଝିଅକୁ ଖୋଜି ଖୋଜି ପରିବାର ଲୋକେ ମନ୍ଦିରରେ ପହଞ୍ଚିବା ପୂର୍ବରୁ ଅପରାଧୀ ସେଠାରୁ ଫାଟକବାଟେ ଖସି ପଳାଇଥିଲା। ଜାନୁଆରି ୧୩ ତାରିଖରେ ନାବାଳିକାର ହତ୍ୟା କରାଯାଇଥିଲା। ୧୬ ତାରିଖ ଦିନ ପୀଡ଼ିତା ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଜାଣିବାକୁ ମିଳିଛି ଯେ ରେଭିନ୍ୟୁ ବିଭାଗର ୬୨ ବର୍ଷ ଅବସର ଅଫିସର ପ୍ରାପ୍ତ ସଞ୍ଜିରାମ୍‌ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲେ। ଅଭିଯୁକ୍ତମାନେ ମୃତ ବାଳିକାର ଶରୀରକୁ ୧୦୦ ମିଟର ବିଶିଷ୍ଟ ଘର ଅଗଣା ମଧ୍ୟରେ ପୋତି ଦେଇଥିଲେ।

ସମ୍ବନ୍ଧିତ ଖବର