ଜଗତସିଂହପୁର: ଜଗତସିଂହପୁର ନାଉଗାଁ ମୁଣ୍ଡାଳ ଛକରେ ବିଜେଡିର ୨ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ହେଇଛି। ତେବେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଆଜି ଏକ ବାଇକ ରାଲିରେ ବାଲିଭଉଁରି ଛକ ଦେଇ ନାଉଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମୁଣ୍ଡାଳ ଛକ ନିକଟରେ ବିଜେଡି ପ୍ରାର୍ଥୀ ଆଶାଇ ଥିବା ଅମରେନ୍ଦ୍ର ଦାଶଙ୍କ ସମର୍ଥକ ପ୍ରଶାନ୍ତ ମୁଦୁଲିଙ୍କ ଗାଡ଼ି ଅଟାକାଇ ଫୁଲମାଳ ଦେବାକୁ ଯିବା ବାହାନାରେ କଳା ପତାକା ପ୍ରଦର୍ଶନ କରିଥିଲେ। ଫଳରେ ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ରଙ୍କ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁଲିସ କିଛି ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।