ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ତାଲା ପକାଇଲେ ଅଙ୍ଗନବାଡ଼ି କର୍ମୀ

ଆଠଗଡ଼: ଅଙ୍ଗନବାଡ଼ି କର୍ମୀମାନେ ଶନିବାର ଅପରାହ୍ନରେ ୧୬ ଦଫା ଦାବି ନେଇ ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ପ୍ରାୟ ୨୫ ଜଣ ଅଙ୍ଗନବାଡ଼ି କର୍ମୀ ସିଡିପିଓ କାର୍ଯ୍ୟାଳୟରେ ତାଲା ପକାଇବା ପୂର୍ବରୁ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ କରିଥିଲେ।

କଟକ ଆଠଗଡ଼ ବ୍ଲକର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଖେଳନା ଟଙ୍କା ହଡପ କରିବା, ବାର୍ଷିକ ଅନୁସାନରୁ ବଞ୍ଚିତ ହେବା, ଡ୍ରେସ କୋଡ ନ ମିଳିବା ଆଦି ୧୬ ଦଫା ଦାବି ନେଇ ଗତ ସେପ୍ଟେମ୍ବର ୨୧ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସେପ୍ଟେମ୍ବର ୨୪ରେ ଏହାର ଶୁଣାଣି କରି ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାର ସମାଧାନ କରିବାକୁ ଆଦେଶ ଦେଇଥିଲେ। ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କର ନ୍ୟାୟ ନ ପାଇ ଶେଷରେ ଆଜି ସିଡିପିଓ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।

ସମ୍ବନ୍ଧିତ ଖବର