ହତ୍ୟା ଉଦ୍ୟମ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଝାଲିଆଗୁଡା ଗ୍ରାମର ସଂଜୟ କୁମାର ଦାସଙ୍କୁ ଆକ୍ରମଣ ମାମଲାର ବିଚାର କରି ମାନ୍ୟବର ବିଚାରପତି ୫ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଖାତିଗୁଡା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ୨୦୧୧ ମସିହା ଏପ୍ରିଲ ୨୦ତାରିଖ ଦିନ ସଂଜୟ କୁମାର ଦାସଙ୍କୁ ନରଙ୍ଗପୁର ର ସଂଜୟ ମହାପାତ୍ର ନାମକ ଜଣେ ଯୁବକ ଆକ୍ରମଣ କରିଥିଲେ। ଏହାପରେ ସଂଜୟ ଦାସଙ୍କୁ ପ୍ରଥମେ ଖାତିଗୁଡା ପରେ କୋରାପୁଟ ଓ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଆକ୍ରମଣ ନେଇ ସଂଜୟଙ୍କ ବାପା ଜଗନ୍ନାଥ ଦାସ ଖାତିଗୁଡା ଥାନାରେ ୨୩ ତାରିଖରେ ଏତଲା ଦେଇଥିଲେ। ଖାତିଗୁଡା ଥାନାରେ କେଶ ନଂ ୨୨/୧୧ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ନବରଙ୍ଗପୁର କୋର୍ଟରେ କେସ ନଂ ସିଟି ୧୮/୧୪ରେ ମାମଲା ରୁଜୁ ହୋଇ ବିଚରାଧୀନ ଥିଲା। ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ରାଜ କିଶୋର ମହାପାତ୍ର ୧୩ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ୫ବର୍ଷ ସଶ୍ରମ କରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ବର୍ଷ  କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଏପିପି ସନ୍ତୋଷ କୁମାର ମିଶ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର