ର‍୍ୟାଲିରେ ଫସିଲା ଆମ୍ବୁଲାନ୍ସ ନବଜାତ ଶିଶୁର ମୃତ୍ୟୁ

ଚଣ୍ଡିଗଡ଼: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ହରିୟାଣାରେ ଏକ କଂଗ୍ରେସ ର‍୍ୟାଲି ପାଇଁ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ଅଶୋକ ତନଓ୍ଵରଙ୍କ ଦ୍ୱାରା ହରିୟାଣାର ସୋନିପତ୍‌ରେ ଆଜି ସାଇକେଲ୍‌ ର‍୍ୟାଲି ଚାଲିଥିବାବେଳେ ଏଭଳି ଅଘଟଣ ଘଟିଯାଇଛି। ଘଟଣାର ତଦନ୍ତ ପାଇଁ ଆଜି ଏସ୍‌ଆଇଟି ଗଠନ ହୋଇଛି। ମୃତ ଶିଶୁଟିର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସେମାନେ ସୋନିପତ୍‌ରୁ ରୋହତକ୍‌ ହସ୍ପିଟାଲ୍‌କୁ ଶିଶୁଟିକୁ ନେଇ ଯାଉଥିବାବେଳେ ବାଟରେ କଂଗ୍ରେସ ର‍୍ୟାଲି ହେତୁ ଫସି ଯାଇଥିଲେ। ପାଖାପାଖି ୪୫ ମିନିଟ୍‌ ପର୍ଯ୍ୟନ୍ତ ସେମାନେ କଂଗ୍ରେସ ର‍୍ୟାଲି ଯୋଗୁ ଟ୍ରାଫିକ୍‌ ଜାମ୍‌ରେ ଫସି ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ସୁବିଧା ନଥିବାରୁ ନବଜାତ ଶିଶୁର ବାଟରେ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର