ଆଇଏଫ୍‌ଟିଡିଏ ଜାରି କଲା ଅସହଯୋଗ ନିର୍ଦ୍ଦେଶ : ଆଲୋକ ନାଥଙ୍କ ସହ କୌଣସି କଳାକାର କାମ କରିବେ ନାହିଁ

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତା ଆଲୋକ ନାଥଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଲେଖିକା ବିନ୍‌ତା ନନ୍ଦା । ଏହା ପରେ ତାଙ୍କ ଚରିତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଆଲୋକ ନାଥଙ୍କ ସହ କୌଣସି କଳାକାର କାମ କରିବେ ନାହିଁ ବୋଲି ଘୋଷଣା କରିଛି ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ ଇଣ୍ଡିଆ ସିନେ ଏମ୍ଲୋଇଜ୍‌ । ୬ମାସ ପର୍ଯ୍ୟନ୍ତ ଆଲୋକ ନାଥଙ୍କ ସହ କୌଣସି କଳାକାର କାମ କରିବେ ନାହିଁ ବୋଲି ଫେଡେରେସନ୍‌ ତରଫରୁ ଘୋଷଣା କରାଯାଇଛି । ୬ମାସ ପର୍ଯ୍ୟନ୍ତ ଏହି ଅସହଯୋଗ ଆନ୍ଦୋଳନ ରଖା ଯାଇଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Bollywoodlife.com

ଆଇଏଫ୍‌ଟିଡିଏର ପ୍ରମୁଖ ଅଶୋକ ପଣ୍ଡିତ୍‌ଙ୍କ କହିବା ଅନୁଯାୟୀ,ବିନ୍‌ତା ନନ୍ଦାଙ୍କ ଅଭିଯୋଗ ଆସିବା ପରେ ଆମେ ଏଭଳି ନିଷ୍ପତ୍ତି ନେଇଛୁ । ଆଲୋକଙ୍କୁ ଇଣ୍ଟରନାଲ କମ୍ପଲେନ୍‌ କମିଟି ୩ ଥର ଡ଼କାଇଥିଲେ ମଧ୍ୟ ସେ ଯାଞ୍ଚ ପାଇଁ ଆସି ନଥିଲେ, ଯାହା ପରେ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର