ଅନ୍‌ଲାଇନ୍‌ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୨୨ ଜଣଙ୍କ ଭିତରେ ଓଡିଆ ଝିଅ ଦୀକ୍ଷା

ଭୁବନେଶ୍ୱର:- ଲୋକପ୍ରିୟ ଅନ୍‌ଲାଇନ୍‌ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ଦ ଗ୍ରେଟ୍‌ ଇଣ୍ଡିଆ ପ୍ୟାଜେଣ୍ଟ୍‌ କମ୍ୟୁନିଟ୍‌-୨୦୧୮’(ଟିଜିଟିଆଇ ମିସ ଇଣ୍ଡିଆ)ର ଟପ୍‌ ୨୨ ଜଣ ଯୁବତୀଙ୍କ ଭିତରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଯୁବତୀ। ଏହିି ୨୧ ବର୍ଷୀୟା ଯୁବତୀଙ୍କ ନାମ ହେଲା ଦୀକ୍ଷା ସିଂହ।
ଦୀକ୍ଷା ଗତବର୍ଷ ମଧ୍ୟ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ ପିପୁଲସ ଚଏସ୍‌ ଆଓ୍ଵାର୍ଡ ଲାଭ କରିଥିଲେ।
ବର୍ତ୍ତମାନ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ପ୍ରାଥମିକ ସ୍ତରରେ ପିପୁଲ୍‌ସ ଚଏସ ଆଓ୍ଵାର୍ଡ ପାଇଁ ଭୋଟିଂ ଚାଲିଛି।ଏଥିରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି। କିନ୍ତୁ ସୋସିଆଲ୍‌ ମିଡ଼ିଆରେ ଫେସ୍‌ବୁକ୍‌ ଲାଇକିଂରେ ପ୍ରଥମ ସ୍ଥାନରେ ଅଛନ୍ତି।
ଦୀକ୍ଷା ସିଂହ ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ସେ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କ ବାପାଙ୍କ ନାମ ସଂସ୍କାର କେଶରୀ ସିଂହ ଓ ମାଆ ହେଲେ ଝରଣା ସିଂହ। ଦୀକ୍ଷା ଜଣେ ପ୍ରଶିକ୍ଷଣପ୍ରାପ୍ତ ସାଲ୍‌ସା ନୃତ୍ୟଶିଳ୍ପୀ। ସେ ମଡେଲିଂରେ ବି ସକ୍ରିୟ ଅଛନ୍ତି। ଭବିଷ୍ୟତରେ ଜଣେ ହିରୋଇନ୍‌ ହେବାର ଅଭିଳାଷ ରଖିଛନ୍ତି ଦୀକ୍ଷା। ତାଙ୍କୁ ଅଧିକରୁ ଅଧିକ ଫେସ୍‌ବୁକ୍‌ ଲାଇକ୍‌ ଓ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ଦେବାକୁ ଅନୁରୋଧ କରିଛନ୍ତି ଦୀକ୍ଷା ସିଂହ।

ସମ୍ବନ୍ଧିତ ଖବର