ଉତ୍ତର କୋରିଆ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ୍‌ ଏବେ ଉତ୍ତର କୋରିଆ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ସମୁଦ୍ରିକ ପରୀକ୍ଷଣ ପୂର୍ବରୁ ଏକ ନୂଆ ବିମାନ ବାହକ ଯୁଦ୍ଧ ଜାହାଜ କୁଇନ୍‌ ଏଲିଜାବେଥ୍‌  ବ୍ରିଟେନ ନୌବାହିନୀରେ ସାମିଲ ହେବ ବୋଲି ଜଣାପଡିଛି । ଆର୍ଜେଣ୍ଟିନାର ଫଲ୍କଲ୍ୟାଣ୍ଡ ସମସ୍ୟା ବେଳେ ବ୍ରିଟେନ ଆପଣେଇଥିବା ରଣନୀତି ଏବେ ଏଠାରେ ବ୍ୟବହାର କରିବ ବୋଲି ଜଣାପଡିଛି ।

୨୦୨୦ ସୁଦ୍ଧା ଏଚ୍‌ଏମ୍‌ଏସ୍‌ କୁଇନ୍‌ ଏଲିଜାବେଥ୍‌ କାର୍ଯ୍ୟକ୍ଷମ ହେବ ବୋଲି ଯୋଜନା ରହିଥିବା ବେଳେ ଚଳିତ ବର୍ଷ ଏହାକୁ ସେବାରେ ଲଗାଇବା ଲାଗି ଯୋଜନା କରାଯାଇଛି ବୋଲି ବ୍ରିଟେନ୍‌ର ସାମରିକ ବିଭାଗର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧିତ ଖବର