ଅବତରଣ ବେଳେ ଯାନ୍ତ୍ରିକ ତ୍ରୁଟି, ଅଳ୍ପକେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ଇଣ୍ଡିଗୋ ବିମାନ

ଚେନ୍ନାଇ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଇଣ୍ଡିଗୋ ବିମାନ। ରାଜମହେନ୍ଦ୍ରୀରୁ ଚେନ୍ନାଇ ଯାଉଥିବା ୬ଇ ୭୧୨୩ ବିମାନଟିରେ ଅବତରଣ ପୂର୍ବରୁ ଏକ ଗୁରୁତର ତ୍ରୁଟି ଦେଖା ଦେଇଥିଲା। ଏହା ସତ୍ତ୍ୱେ ପାଇଲଟ କୌଣସି ମତେ ବିମାନଟିକୁ ଅବତରଣ କରାଇବାରେ ସଫଳ ହୋଇଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏ ନେଇ ଚେନ୍ନାଇ ବିମାନ ବନ୍ଦରରେ ଜରୁରିକାଳୀନ ଅବସ୍ଥା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର