ପାଇଲଟ୍‌ଙ୍କ ଅସହଯୋଗ ନୁହେଁ, ପରିଚାଳନାଗତ କାରଣରୁ ବିମାନ ବାତିଲ ହୋଇଛି: ଜେଟ୍‌ ଏୟାର୍‌ଓଏଜ୍‌

ମୁମ୍ବାଇ: ରବିବାର ଦିନ ୧୪ଟି ବିମାନ ଯାତ୍ରା ବାତିଲ କରାଯିବାର କାରଣ ପାଇଲଟ୍‌ମାନଙ୍କ ଅସହଯୋଗ ନୁହେଁ, ପରିଚାଳନାଗତ ପରିସ୍ଥିତି ବୋଲି ଜେଟ୍‌ ଏୟାର୍‌ଓଏଜ୍‌ କହିଛି।

ଦରମା ପାଇ ନାହାନ୍ତି କହି କେତେକ ପାଇଲଟ୍‌ କାର୍ଯ୍ୟରେ ଯୋଗ ନ ଦେବାରୁ ରବିବାର ଦିନ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଜେଟ୍‌ ଏୟାର୍‌େଓ୍ଵଜ୍‌ର ନିର୍ଦ୍ଧାରିତ କେତେକ ବିମାନର ଯାତ୍ରା ବାତିଲ କରାଯାଇଥିଲା। ଜେଟ୍‌ ଏୟାର୍‌ଓଏଜ୍‌ ମଧ୍ୟ କହିଥିଲା କି, ଦରମା ଆଦି ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପରିଚାଳନା ବିଭାଗ ନିୟମିତ ପାଇଲଟ୍‌ ଏବଂ ଅନ୍ୟାନ୍ୟ ଟିମ୍‌ ସହ ଆଲୋଚନା କରୁଛି।

ବିଶେଷ ଆର୍ଥିକ ସଙ୍କଟ ଯୋଗୁଁ ଗତ ଅଗଷ୍ଟ ମାସରୁ ଏୟାର୍‌େଓ୍ଵଜ୍‌ ତାହାର ବରିଷ୍ଠ ପରିଚାଳକମାନଙ୍କ ସହ ପାଇଲଟ୍‌ ଏବଂ ଇଞ୍ଜିନିୟର୍‌ମାନଙ୍କ ଦରମା ଦେଇ ପାରି ନାହିଁ।

ଜେଟ୍‌ ଏୟାର୍‌ଓଏଜ୍‌ କହିଛି କି, ପ୍ରଭାବିତ ବିମାନର ଯାତ୍ରୀମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସେମାନଙ୍କର ଫ୍ଲାଇଟ୍‌ର ଷ୍ଟାଟସ୍‌ ସମ୍ପର୍କରେ ଜଣାଇ ଦିଆଯାଇଥିଲା। ସେମାନଙ୍କ ଯାତ୍ରା ପାଇଁ ଅଲଗା ବ୍ୟବସ୍ଥା କିଂବା କ୍ଷତି ପୂରଣ ଦିଆଯାଇଥିଲା।

ସମ୍ବନ୍ଧିତ ଖବର