ନକରାତ୍ମକ ରାଜନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି

ନୂଆଦିଲ୍ଲୀ: ପୂର୍ବାଞ୍ଚଳର ୩ଟି ରାଜ୍ୟରେ ବିଜେପିକୁ ମିଳିଥିବା ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜନସାଧାରଣ ନକରାତ୍ମକ, ବାଧା ସୃଷ୍ଟିକାରୀ ଏବଂ ବେପରୁଆ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜନସାଧାରଣ ବିକାଶର ରାଜନୀତି ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି ଏବଂ ଏହି ଆସ୍ଥା ଯୋଗୁଁ ବିଜେପିକୁ ଐତିହାସିକ ସଫଳତା ମଳିଛି। ଏ ବାବଦରେ ସରିଜ୍‌ ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍‌୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଦେଶରେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଜନତା ସରକାରଙ୍କ ବିକାଶମୁଖୀ ଏଜେଣ୍ଡା ପ୍ରତି ସେମାନଙ୍କ ସମର୍ଥନ ଜାହିର୍‌ କରିଛନ୍ତି। ତ୍ରିପୁରା ନିର୍ବାଚନ ଭୟ ଓ ଆତଙ୍କ ଉପରେ ଗଣତନ୍ତ୍ର, ଶାନ୍ତି ଏବଂ ଅହିଂସାର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାଗାଲ୍ୟାଣ୍ଡ ଏବଂ ମେଘାଳୟର ବିକାଶ ମଧ୍ୟ ସରକାରଙ୍କ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତ୍ରିପୁରାରେ ଦଳର ବିଜୟ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦଳ ସାଂଗଠନିକ ଦକ୍ଷତା ଏବଂ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ଯାତ୍ରାକୁ ସାକାର କରିପାରିଛି।

ସମ୍ବନ୍ଧିତ ଖବର